ବୁର୍ଲା ଭିମସାରରେ ପହଞ୍ଚିଲା ୪ ହଜାର ୬୦୦ କୋଭିଡ଼ ଟିକା କୋଭିସିଲ୍ଡ, ଶନିବାର ସକାଳ ୯.୩୦ରୁ ହେବ ଟିକାକରଣ

ଟିକାଦାନ ପାଇଁ ୨୫ ଜଣିଆ କମିଟି ଗଠିତ

ବୁର୍ଲା: ଗତକାଲି ଗୁରୁବାର ବୁର୍ଲା ଭିମସାରରେ ୪ହଜାର ୬ଶହ କରୋନା ଟିକା କୋଭିସିଲ୍ଡ ପହଞ୍ଚି ଯାଇଛି। ତେବେ ଏହି ଟିକାକୁ ନେଇ କରୋନା ମୁକାବିଲା କ୍ଷେତ୍ରରେ ଅନେକ ଲାଭଦାୟକ ହେବ ବୋଲି ଆଶା ସଞ୍ଚାର ହୋଇଛି। ବର୍ତ୍ତମାନ ସମ୍ବଲପୁର ଜିଲାର କୋଭିଡ଼ ହସପିଟାଲ ବର୍ତ୍ତମାନ ବୁର୍ଲା ସହର ଭିମସାରରେ। ଏହାର ମୃତ୍ୟୁସଂଖ୍ୟା ମଧ୍ୟ ଚିନ୍ତାଜନକ। ତେବେ କୋଭିସିଲ୍ଡ ଟିକାକୁ ନେଇ ନୂତନ ଆଶା ସଞ୍ଚାର ହୋଇଛି। ଭିମସାରରେ ଏହି କୋଭିସିଲ୍ଡ ଟିକାର ସୁପରିଚାଳନା ପାଇଁ ଗଠିତ ହୋଇଛି ୨୫ ଜଣିଆ କମିଟି। ଏହି କୋଭିସିଲ୍ଡ ଟିକା ଭିମସାରରେ କୋଭିଡ଼ ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ଦେବା ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଥିବା ମେଡ଼ିକାଲ ସୁତ୍ରରୁ ପ୍ରକାଶ ପାଇଛି। ଏହି ତାଲିକାରେ ମେଡ଼ିକାଲ ଛାତ୍ରଙ୍କ ଠାରୁ ବିଭାଗୀୟ ମୁଖ୍ୟ ଡ଼ାକ୍ତର, ସେବିକା, ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ, ଠିକା କର୍ମଚାରୀଙ୍କ ତଥା ଅନ୍ୟାନ୍ୟ ବର୍ଗର କୋଭିଡ଼ ଯୋଦ୍ଧାଙ୍କୁ କୋଭିସିଲ୍ଡ ଟିକା ପ୍ରଦାନ ତାଲିକାରେ ସାମିଲ କରାଯାଇଛି।

 

ଭିମସାରର ନର୍ସିଙ୍ଗ ମହାବିଦ୍ୟାଳୟରେ ରହିଥିବା ପ୍ରଥମ ବୁଥରେ ଏହି କୋଭିଡ଼-୧୯ ଟିକାଦାନ ପ୍ରକ୍ରିୟା ଶନିବାର ସକାଳ ୯.୩୦ ମିନିଟ ସମୟରେ ଆରମ୍ଭ ହେବ। ଗତ ୨୦୨୦ ମସିହା ଏପ୍ରିଲ ମାସ ଠାରୁ କରୋନା ମହାମାରୀ ତାର ତାଣ୍ଡବଳୀଳା ଖେଳାଇ ·ଲିଥିବା ବେଳେ ଏହି କରୋନା ଟିକା କୋଭିସିଲ୍ଡକୁ ନେଇ ସ୍ଥାନୀୟ ମହଲରେ ଅନେକ ଆଶା ଉଦଜିବୀତ ହୋଇଛି। ଟିକାକରଣ କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ସମ୍ପାଦନ କରିବା ପାଇଁ ଗଠିତ ୨୫ ଜଣିଆ କମିଟିରେ ଡାକ୍ତର, ସେବିକା ଏବଂ ସୁରକ୍ଷା କର୍ମୀମାନେ ସାମିଲ ରହିଛନ୍ତି। କମିଟିର ନୋଡାଲ ଅଧିକାରୀ ଭାବରେ କମ୍ୟୁନିଟି ମେଡିସିନ ବିଭାଗର ସହକାରୀ ପ୍ରଫେସର ଉଦୟନ ନାୟକ, ସଂଯୋଜକ ଭାବରେ କମ୍ୟୁନିଟି ମେଡିସିନ ବିଭାଗର ଡାକ୍ତର ସଞ୍ଜୀବ ମିଶ୍ର, ଆଇଏଲଆର ଇନ୍‌ଚାର୍ଜ ଭାବେ ଅଲିଭା ପାତ୍ର, କିଟ ଇନଚାର୍ଜ ଦାୟିତ୍ୱରେ ସମ୍ୟକ ସାହୁ, ପ୍ରଥମ ବୁଥ ଇନଚାର୍ଜ ସସ୍ମିତା ଦୋରା, ଦ୍ୱିତୀୟ ବୁଥ ଇନଚାର୍ଜ ଯସ୍ମୀନ ପଣ୍ଡା, ତୃତୀୟ ବୁଥ ଇନଚାର୍ଜ ସୁମନ୍ତ ସାହୁ, ଚତୁର୍ଥ ବୁଥ ଇନଚାର୍ଜ ପ୍ରଣବ ସାହୁ ଏବଂ ପଞ୍ଚମ ବୁଥ ଇନଚାର୍ଜ ସତୀଶ ପ୍ରଧାନ ରହିଛନ୍ତି।
ଶନିବାର ପ୍ରଥମ ବୁଥରେ ଟିକାଦାନ ପ୍ରକ୍ରିୟା ସକାଳ ୯.୩୦ ମିନିଟରୁ ଆରମ୍ଭ ହେବ। ସେପଟେ କୋଭିଡ଼ ଯୋଦ୍ଧାଙ୍କୁ ଟିକା ଲଗାଯିବା ପରେ ସଂକ୍ରମିତ ରୋଗୀ, ଜନସାଧାରଣ ତଥା ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଟିକାଦାନ କ୍ଷେତ୍ରରେ କି ବ୍ୟବସ୍ଥା କରାଯିବ ତାହା ଦେଖିବାକୁ ବାକି ରହିଲା। ମାତ୍ର ଏହି ଟିକାଦାନକୁ ନେଇ ସ୍ଥାନୀୟ ମହଲରେ ଉତ୍କଣ୍ଠା ଲାଗି ରହିବା ସହିତ ଲୋକଙ୍କୁ କିଛିଟା ଅାସ୍ୱସ୍ତି ମିଳିଛି।

Comments are closed.