ଚିଟଫଣ୍ଡ କମ୍ପାନୀଙ୍କୁ ପବ୍ଲିକ୍ ନୋଟିସ

0

ଭୁବନେଶ୍ୱର : ଚିଟଫଣ୍ଡ ଠକେଇ ମାମାଲାରେ ୫୭୬ଟି କମ୍ପାନୀକୁ ପବ୍ଲିକ ନୋଟିସ ହୋଇଛି । ଜଷ୍ଟିସ ଏମଏମ ଦାସ କମିଶନ ଖବରକାଗଜ ମାଧ୍ୟମରେ ଏହି ସମସ୍ତ ନୋଟିସ ଜାରି କରିଛନ୍ତି । ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉ ନଥିବା ଅଭିଯୋଗରେ ଏହି ନୋଟିସ୍ ଜାରି କରାଯାଇଛି । ୨ଟି କାଟେଗୋରୀର କମ୍ପାନୀକୁ କମିଶନଙ୍କ ପବ୍ଲିକ ନୋଟିସ ହୋଇଛି  । ଠିକଣା ନଥିବା ୧୯୯ କମ୍ପାନୀ ଏବଂ ଠିକଣା ନଥିବା ୩୭୭ କମ୍ପାନୀକୁ ନୋଟିସ ଜାରି କରାଯାଇଛି । ଆସନ୍ତା ଏପ୍ରିଲ ୧୫ରୁ ୨୪ ସୁଦ୍ଧା ହାଜର ହେବା ପାଇଁ ନୋଟିସରେ ନିର୍ଦେଶ ହୋଇଛି । ଏହି ସମୟସୀମା ମଧ୍ୟରେ କମ୍ପାନୀ କର୍ତ୍ତୃପକ୍ଷ ତଦନ୍ତ କମିଶନଙ୍କ ନିକଟରେ ହାଜର ନହେଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ ସୂଚନା ଦେଇଛନ୍ତି ।

Leave A Reply