ଜାମିନ ଶୁଣାଣି ଲାଗି ରାତିରେ ଖୋଲିଲା କୋର୍ଟ

ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ବନ୍ଧା ହେଲେ ଆର୍ମି ମେଜର

ଭୁବନେଶ୍ୱର: ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ଆର୍ମି ମେଜରଙ୍କୁ ଗିରଫ କରିଛି। ସେ ହେଲେ ନୂଆପଲ୍ଲୀ ଅଞ୍ଚଳର ସୌମ୍ୟରଞ୍ଜନ ପତି। ତାଙ୍କ ଜାମିନ ଶୁଣାଣି ଲାଗି ରାତିରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ଖୋଲିଛି।

ପୁଲିସ ସୂଚନା ଅନୁସାରେ ମେଜର ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ମହିଳା ଥାନାରେ ଅଭିଯୋଗ କରିଥିଲେ। ସେ ଜଣେ ଆର୍ମି ମେଜର ହୋଇଥିବାରୁ ଜାମିନ ଆବେଦନ ଲାଗି ଭିଡିଓ କନ୍‌ଫରେନ୍ସରେ କରାଯିବାକୁ ଚେଷ୍ଟା କରିଯାଇଥିଲା। ହେଲେ ତାହା ସମ୍ଭବ ନ ହେବାରୁ ରାତିରେ କୋର୍ଟ ଖୋଲାଯାଇଥିଲା। ରିପୋର୍ଟ ଲେଖାଯିବା ସୁଦ୍ଧା କୋର୍ଟରେ ତାଙ୍କ ଜାମିନ ଶୁଣାଣି ଚାଲିଛି। ସେ ଜଣେ ଆର୍ମି ମେଜର ହୋଇଥିବାରୁ ଜାମିନ ଆବେଦନ ଉପରେ ଶୁଣାଣି ଜରୁରୀ ଥିଲା ବୋଲି ତାଙ୍କ ଆଇନଜୀବୀ କହିଛନ୍ତି। ତେଣୁ ରାତିରେ ଏସ୍‌ଡିଜେଏମ୍‌ କୋର୍ଟ ଖୋଲିଥିଲା।

ଅନ୍ୟପକ୍ଷ​‌​‌ରେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆ ଯାଉଥିଲା। ଏହା ସହ ତାଙ୍କୁ ମାରିଦେବା ଲାଗି ମଧ୍ୟ ଉଦ୍ୟମ କରାଯାଉଥିଲା। ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ନେହେବାରୁ ସେ ଅଭିଯୋଗ କରିଥିଲେ। ଗିରଫ ମେଜର ଫରିଦାବାଦରେ ଥିଲେ। ଘରକୁ ଆସିଥିବା ଜାଣି ମହିଳା ପୁଲିସ ତାଙ୍କୁ ଗିରଫ କରିଥିଲା।

Comments are closed.