ମହର୍ଷି ନାରଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକଲେ ସାମ୍ବାଦିକଙ୍କୁ ସଫଳତା ମିଳିପାରିବ

ବୌଦ୍ଧରେ ନାରଦ ଜୟନ୍ତୀ ପାଳିତ

ବୌଦ୍ଧ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାର ବିଭାଗ ତରଫରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନାରଦ ଜୟନ୍ତୀ ପାଳିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତା କରି ମହର୍ଷି ନାରଦଙ୍କ ଉପରେ ଆଲୋଚନା କରିଥିଲେ। ମହର୍ଷି ନାରଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ସାମ୍ବାଦିକ କାର୍ଯ୍ୟ କଲେ ସେମାନଙ୍କୁ ସଫଳତା ମିଳିପାରିବ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାନ୍ତ ଗ୍ରାମ ବିକାଶ ସଂଯୋଜକ ଲକ୍ଷ୍ମଣ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଜିଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲାବେଳେ ପ୍ରଚାର ପ୍ରମୁଖ ପଦ୍ମଚରଣ ମେହେର ଅତିଥି ପରିଚୟ କରିଥିଲେ। ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଜୟ କୁମାର ସାହୁ,ଦେବାଶିଷ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.