କୋର୍ଟ ଶୁଣାଣିର ସିଧା ପ୍ରସାରଣ ପାଇଁ ଚିଠା ଢାଞ୍ଚା ନିୟମ ଜାରି

ନ୍ୟାୟାଳୟ ଭିତରେ ଶୁଣାଣି ପ୍ରକ୍ରିୟାର ରେକର୍ଡିଂ ଓ ସିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟ ଇ-କମିଟି ପକ୍ଷରୁ ଚିଠା ଢାଞ୍ଚା ନିୟମ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ମତାମତ, ଉପଦେଶ ଓ ପରାମର୍ଶ ଦେବା ପାଇଁ ସବୁ ଭାଗିଦାରୀମାନଙ୍କୁ ଅନୁରୋଧ କରାଯାଇଛି। ସୁପ୍ରିମକୋର୍ଟ ଇ-କମିଟି ୱେବ୍‍ସାଇଟ୍‍ www.ecommitteesci.gov.inରେ ଚିଠା ନିୟମ ଢାଞ୍ଚା ଉପଲବ୍ଧ ରହିଛି। ସୁପ୍ରିମକୋର୍ଟ ଇ-କମିଟି ସହ ଭାରତ ସରକାରଙ୍କ ନ୍ୟାୟ ବିଭାଗ ଜାତୀୟ ନୀତି ଓ ସୂଚନା ପ୍ରଯୁକ୍ତି ବିଦ୍ୟା ରୂପାୟନ ପାଇଁ କାର୍ଯ୍ୟାନୁଷ୍ଠାନ ଯୋଜନା ଉପରେ କାମ କରୁଛନ୍ତି। ମତାମତ ଓ ପରାମର୍ଶ ଗୁଡ଼ିକୁ ecommittee@aij.gov.inକୁ ଚଳିତ ମାସ ଶେଷ ସୁଦ୍ଧା ଇମେଲ୍‍ ଜରିଆରେ ଜଣାଇ ଦିଆଯିବ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‍ ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ଇ-କମିଟି ଅଧ୍ୟକ୍ଷ ସବୁ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କର ମତାମତ ଲୋଡ଼ିଛନ୍ତି।

Comments are closed.