ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇବା ଅଭିଯୋଗ, ଫଡନଭୀସଙ୍କୁ ସମନ

ମୁମ୍ବଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭୀସ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତ ଏକ ମାମଲାରେ ନାଗପୁରର ଏକ କୋର୍ଟ ଫଡ୍‌ନଭୀସଙ୍କୁ ସମନ ଜାରି କରିଛନ୍ତି। ଫଡ୍‌ନଭୀସଙ୍କ ବିରୋଧରେ ୨ଟି ଆପରାଧିକ ମାମଲା ରହିଛି। କିନ୍ତୁ ସେ ନିର୍ବାଚନୀ ସତ୍ୟପାଠରେ ଏ ନେଇ କୌଣସି ତଥ୍ୟ ଉପସ୍ଥାପନ କରି ନ ଥିବା ଅଭିଯୋଗରେ ଦର୍ଶାଯାଇଛି।

ନାଗପୁର ସଦର ଥାନାର ଜଣେ ଅଧିକାରୀ କହିଛନ୍ତି, ଫଡନଭୀସଙ୍କ ଘରକୁ ସମନ୍‌ ପଠାଯାଇଛି। ଫଡ୍‌ନଭୀସ ନାଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ଗତ ନଭେମ୍ବର ୧ ତାରିଖରେ କୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ଆଇନଜୀବୀ ସତୀଶ ଉକେ କୋର୍ଟରେ ଏହି ମାମଲା ଦାୟର କରି ଫଡ୍‌ନଭୀସଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ସୂଚନାଯୋଗ୍ୟ, ଫଡନଭୀସଙ୍କ ବିରୋଧରେ ୧୯୯୬ ଏବଂ ୧୯୯୮ରେ ଜାଲିଆତି ଏବଂ ଠକେଇ ମାମଲା ରୁଜୁ ହୋଇଥିଲା। କିନ୍ତୁ ଫଡନଭୀସ ଏହି ଦୁଇଟି ମାମଲା ସମ୍ପର୍କରେ ସତ୍ୟପାଠରେ ଦର୍ଶାଇ ନ ଥିଲେ ବୋଲି ଆଇନଜୀବୀ ପିଟିଶନରେ ଦର୍ଶାଇଛନ୍ତି।

Comments are closed.