ବିଜେପି ବିଧାୟକଙ୍କ ସହିତ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ; ୨୨ବର୍ଷ ପରେ ମିଳିଲା ନ୍ୟାୟ

କାନପୁର: ଉତ୍ତର ପ୍ରଦେଶର ହମୀରପୁର ଜିଲାର ବିଜେପି ବିଧାୟକ ଅଶୋକ ସିଂହ ଚନ୍ଦେଲଙ୍କୁ ବଡ଼ ଝଟ୍‌କା ଲାଗିଛି। ୧୯୯୭ରେ ଘଟିଥିବା ଏକ ହତ୍ୟା ମାମଲାରେ ଆଲାହାବାଦ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ବିଧାୟକଙ୍କ ସହିତ ଅନ୍ୟ ୧୦ ଜଣଙ୍କୁ ମଧ୍ୟ ଏହି ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଫଳରେ ମୃତକଙ୍କ ପରିବାରକୁ ଦୀର୍ଘ ୨୨ବର୍ଷ ପରେ ନ୍ୟାୟ ମିଳିଛି।

୧୯୯୭ ଜାନୁୟାରୀ ୨୬ରେ ବୁନ୍ଦେଲଖଣ୍ଡରେ ସ୍ପଷ୍ଟ ଦିବାଲୋକରେ ୫ଜଣଙ୍କୁ ହତ୍ୟା କରାଯାଇଥିଲା। ଆକ୍ରମଣରେ ଅନ୍ୟ ୫ଜଣ ଆହତ ହୋଇଥିଲେ। ଏହି ସ୍ପର୍ଶକାତର ହତ୍ୟାକାଣ୍ଡ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ମାମଲାରେ ପୁଲିସ ବିଧାୟକ ଅଶୋକ ସିଂହ ଚନ୍ଦେଲଙ୍କ ସମେତ ୧୧ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ଏଥିସହ ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

Comments are closed.