ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଭରୁଆକାନି ଗାଁ ନିକଟରେ ଥିବା ବିଜିଲି ଜଙ୍ଗଲରୁ ଗୁରୁବାର ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଦୁହେଁ ପ୍ରେମୀ ଯୁଗଳ ବୋଲି କୁହାଯାଉଛି। ମୃତ ଯୁବକ ଓ ଯୁବତୀ ହେଉଛନ୍ତି ଭରୁଆକାନି ଗ୍ରାମର ସୁଶାନ୍ତ ମିର୍ଦ୍ଧା ଏବଂ ସେବତୀ ହଂସ। ଉଭୟ ଗତ କିଛି ଦିନ ଥରି ନିଖୋଜ ଥିଲେ।
ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି କି ସେମାନଙ୍କୁ ହତ୍ୟା କରାଯାଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ଜଣାପଡ଼ିବ ବୋଲି ପୁଲିସ କହିଛି।

Comments are closed.