ଜମିକୁ ଫୁଲକୋବି ତୋଳିବାକୁ ଯାଇଥିବା ବେଳେ ଛିଡି ପିଡିଥିବା ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

ଗଞ୍ଜାମ: ବିଦ୍ୟୁତ ଆଘାତରେ ଦମ୍ପତ୍ତି ମୃତ । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡ଼ା ଗାଁରେ । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହୀନ ସାମଲ।

ସୂଚନାଅନୁସାରେ ବିଷ୍ଣୁ ଓ ହୀନ ତାଙ୍କ ଜମିରେ ଚାଷ କରିଥିବା ଫୁଲ କୋବି ତୋଳିବାକୁ ଭୋର ୪ଟା ସମୟରେ ବିଲକୁ ଯାଇଥିଲେ । ତେବେ ସେମାନଙ୍କ ବିଲ ଦେଇ ଯାଇଥିବା ୧୧ କେଭି ବିତ୍ୟୁତ୍ ଲାଇନର ତାର ଛିଡ଼ି ବିଲରେ ପଡ଼ିଥିଲା ଓ ସେମାନେ ଏ ସଂପର୍କରେ ଜାଣି ପାରି ନଥିଲେ। ଫଳରେ ଛିଡି ପଡିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ।ଖବର ପାଇ ସେମାନଙ୍କ ପୁଅ ଗୌଡ଼ ସାମଲ ସେଠାରେ ପହଞ୍ଚିଥିଲେ ଓ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.