ବିବାହର ମାତ୍ର ୨ ଘଣ୍ଟା ପରେ ଦମ୍ପତିଙ୍କ ମୃତ୍ୟୁ

0

ଟେକ୍ସାସ: ବିବାହର ମାତ୍ର ଦୁଇ ଘଣ୍ଟା ପରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ଆମେରିକାର ଟେକ୍ସାସରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି । ସେହି ହେଲିକପ୍ଟର ବିଲ ବିଲର ଏବଂ ତାଙ୍କ ନବବିବାହିତା ପତ୍ନୀ ବେଲି ଏକରମେନ ବିବାହ ସାରି ଫେରୁଥିଲେ । ବିବାହ ପରେ ଅତିଥିମାନେ ନବବିବାହିତ ଦମ୍ପତିଙ୍କୁ ଖୁସି ମନରେ ବିଦାୟ ଦେଇଥିଲେ । ହେଲେ ହେଲିକପ୍ଟରଟି ଉଡାଣ ଭରିବାର ମାତ୍ର ୨ ଘଣ୍ଟା ପରେ ଏକ ପାହାଡରେ ଯାଇ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ଅଘଟଣ ଶନିବାର ରାତିରେ ଘଟିଛି ବୋଲି ଜଣାପଡିଛି । ବିବାହରେ ସାମିଲ ହୋଇଥିବା ଏରିକ ସ୍ମିଥ ନାମକ ଜଣେ ଅତିଥି ଏହି ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ପାଇଲଟ ଜେରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି।

Leave A Reply