ସୁସ୍ଥ ହେଲେ ୮୦ ଲକ୍ଷରୁ ଅଧିକ : ଆରୋଗ୍ୟ ହାର ୯୨.୭୯ ପ୍ରତିଶତ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୯୨.୭୯ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ଦେଶରେ ମୋଟ୍ ଆରୋଗ୍ୟ ସଂଖ୍ୟା ୮୦ ଲକ୍ଷକୁ ଅତିକ୍ରମ କରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏବେ ସକ୍ରିୟ ସଂକ୍ରମଣଙ୍କ ସଂଖ୍ୟା ସମୁଦାୟ ଆକ୍ରାନ୍ତ ସଂଖ୍ୟାର ୫.୭୩ ପ୍ରତିଶତ ରହିଛି। ଦେଶରେ ସମୁଦାୟ ୪ ଲକ୍ଷ ୯୪ ହଜାର ୬୫୭ ସକ୍ରିୟ ସଂକ୍ରମିତ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୨୮୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।  ତେବେ ସ୍ବାସ୍ଥ୍ୟ ‌ ମନ୍ତ୍ରଣାଳୟ କହିଛି  କ୍ରମାଗତ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଜରିଆରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର ହ୍ରାସ ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଭାରତରେ
କୋଭିଡ୍‍ଜନିତ ମୃତ୍ୟୁହାର ୧.୪୮ ପ୍ରତିଶତ ରହିଛି, ଯାହା ବିଶ୍ୱରେ ସବୁଠାରୁ କମ୍‍ ବୋଲି ଜଣାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସମୁଦାୟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୨୭ହଜାର ୫୭୧ରେ ପହଞ୍ଚିଛି।

Comments are closed.