ଚଳିତବର୍ଷ ଶେଷ ସୁଦ୍ଧା ଦେଶରେ ଉପଲବ୍ଧ ହେବ କରୋନା ଟୀକା : ଡକ୍ଟର ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ଚଳିତବର୍ଷ ଶେଷ ସୁଦ୍ଧା ଦେଶରେ ମାରାତ୍ମକ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ଟୀକା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଏବେ ଭାରତରେ ବିକଶିତ ହେଉଥିବା ୩ଟି ଟୀକା ମଧ୍ୟରୁ ଗୋଟିଏର ମନୁଷ୍ୟ ଶରୀରରେ ତୃତୀୟ ପର୍ଯ୍ୟାୟ ପ୍ରାକ୍‍ ପରୀକ୍ଷଣ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ କୋଭିଡ-୧୯ ଟାସ୍କ ଫୋର୍ସର ଜାତୀୟ ମୁଖ୍ୟ ଡକ୍ଟର ଭି.କେ.ପଲ୍‍ କହିଛନ୍ତି ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ସାହଜନକ ଫଳାଫଳ ଦେଖିବାକୁ ମିଳିଛି। ଡକ୍ଟର ପଲ୍‍ କହିଛନ୍ତି ଅନ୍ୟ ଦୁଇଟି ଟୀକାର ଏବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମନୁଷ୍ୟ ଶରୀରରେ ପରୀକ୍ଷଣ ଜାରି ରହିଛି।

Comments are closed.