ଅବକାରୀ ଚଢାଉ : ୨୪୦ଲିଟର ପୋଚ ସହ ୩୨୦ ଲିଟର ମଦ ଜବତ,୩ ଗିରଫ

ବାଙ୍କୀ : ଶୁକ୍ରବାର ଦିନ ସକାଳେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଡଃ ଶାନ୍ତନୁ ଦାସଙ୍କ ନିର୍ଦ୍ଦେଶକ୍ରମେ ଉପ ଅଧିକ୍ଷକ ଦେବାଶିଷ ପଟେଲଙ୍କ ତତ୍ୱାବଧାନରେ ବାଙ୍କୀ ଅଞ୍ଚଳର ୫ଟି ସ୍ଥାନରେ ଅବକାରୀ ଚଢାଉ କରାଯାଇଛି। ଏହି ଚଢାଉରେ ଶିମିଳିପୁର ଗ୍ରାମରୁ ଭରତ ନାୟକଙ୍କ ଠାରୁ ୧୨୦ ଲିଟର, ବାଙ୍କୀ ବ୍ଲକ ଅଧିନ କୁରୁମୁ ଚଇନୀ ଗ୍ରାମରୁ ଧ୍ରବଚରଣ ରଣାଙ୍କ ଠାରୁ ୮୦ ଲିଟର ଏବଂ ବ୍ରହ୍ମପୁରା ଗ୍ରାମରୁ ମଧୁସୂଦନ ବେହେରାଙ୍କ ଠାରୁ ୧୨୦ ଲିଟର କରି ମୋଟ ୩୨୦ ଲିଟର ଦେଶୀ ରନ୍ଧାମଦ ଜବତ କରାଯିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସେହିପରି ବରପୁଟ ପଞ୍ଚାୟତ ପଶାଣିଆ ଗ୍ରାମ୍ୟ ଜଙ୍ଗଲ ଉପରେ ଚଢାଉ କରାଯାଇ ଅବକାରୀ ବିଭାଗ ମଦ ରନ୍ଧା ପାଇଁ ପ୍ରସ୍ତୁତ ଥିବା ୨୪୦ ଲିଟର ପୋଚକୁ ଜବତ କରି ସେଠାରେ ନଷ୍ଟ କରାଯାଇଥିବା ଆଠଗଡ ଅବକାରୀ ନିରିକ୍ଷକ ପ୍ରଭାସ କୁମାର ଚୈାଧୁରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାଇ ଶୁକ୍ରବାର ଦିନ କଟକ ମୋବାଇଲ ସ୍କ୍ୱାଡ୍‍-୨ ଏବଂ ମୋବାଇଲ ସ୍କ୍ୱାଡ-୧ ସହିତ ଆଠଗଡର ମିଳିତ ସହଯୋଗରେ ଶିମିଳିପୁର, ଗୋପ, ବୋତଲମା, ବ୍ରହ୍ମପୁରା,ପଶାଣିଆ ଆଦି ଅଞ୍ଚଳରେ ଚଢାଉ କରାଯାଇଛି। ମୋବାଇଲ ସ୍କ୍ୱାଡ-୨ ନିରିକ୍ଷକ ସଞ୍ଜୀବ ବାର୍ଲ୍ଲା, ଅନିତା ପ୍ରଧାନ, ବେଣୁଧର ସାମଲ, ବିଜୟ କୁମାର ଭଞ୍ଜ, ମାଗୁଣି ଚରଣ ମାଝି ଓ ଚୈାଦ୍ୱାର ଅବକାରୀ ନିରିକ୍ଷକ ଥାର୍ପା ମାରାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ। ଅପରାହ୍ନରେ ୩ ଅଭିଯୁକ୍ତଙ୍କୁ କୋଭିଡ ପରୀକ୍ଷା କରାଯାଇ କୋର୍ଟ ଚାଲଣ କରାଯାଇଥିବା ସୂଚନା ମିଳିଛି।

Comments are closed.