www.samajalive.in
Friday, December 5, 2025
26.1 C
Bhubaneswar

ପ୍ରସ୍ତୁତି ଚୂଡ଼ାନ୍ତ, ଆସନ୍ତାକାଲି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ୍‍ ଗଣତି

ଆସନ୍ତାକାଲି ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭୋଟ୍‍ ଗଣତି ହେବ। ସେହି ରାଜ୍ୟଗୁଡ଼ିକ ହେଉଛି ଗୋଆ, ପଞ୍ଜାବ, ମଣିପୁର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ। ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ଏଥି ସହିତ ଆସାମର ମାଜୁଲି ବିଧାନସଭା ଉପନିର୍ବାଚନ ଭୋଟ୍‍ ଗଣତି ହେବ। ସକାଳ ୮ଟାରେ ଭୋଟ୍‍ ଗଣତି ଆରମ୍ଭ ହେବ। ନିର୍ବାଚନ  କମିଶନଙ୍କ ୱେବ୍‍ସାଇଟରେ ନିର୍ବାଚନ ଫଳାଫଳ ଉପଲବ୍ଧ ହେବ। ଭୋଟ୍‍ ହେଲ୍‍ପଲାଇନ୍‍ ମୋବାଇଲ୍‍ ଆପ୍‍ ମାଧ୍ୟମରେ ମଧ୍ୟ ନିର୍ବାଚନ ଫଳାଫଳ ଜାଣି ହେବ।

ଭୋଟ ଗଣତି କେନ୍ଦ୍ରଗୁଡ଼ିକରେ କରୋନା ନିୟମର କଡ଼ାକଡ଼ି ପାଳନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ପ୍ରତ୍ୟେକ ଭୋଟ ଗଣତି କେନ୍ଦ୍ରରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ସେମାନେ କରୋନା ନିୟମ ପାଳନ ବ୍ୟବସ୍ଥା ତଦାରଖ କରିବେ। ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଭୋଟ ଗଣତି କେନ୍ଦ୍ରଗୁଡ଼ିକୁ ସୁରକ୍ଷା ସାର୍ଟିଫିକେଟ୍‍ ପ୍ରଦାନ କରିବେ। କରୋନା ସୁରକ୍ଷା ନିୟମ ଅନୁଯାୟୀ ଆରଟି-ପିସିଆର କିମ୍ବା ଆଣ୍ଟିଜେନ୍‍ ପରୀକ୍ଷା କରିନଥିବା କୌଣସି ପ୍ରାର୍ଥୀ କିମ୍ବା ଏଜେଣ୍ଟଙ୍କୁ ଭୋଟ୍‍ ଗଣତି କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଦୁଇଟିଯାକ ଟିକା ନେଇଥିବା ପ୍ରାର୍ଥୀ କିମ୍ବା ଏଜେଣ୍ଟ ଭୋଟ୍‍ ଗଣତି କେନ୍ଦ୍ରକୁ ଯାଇପାରିବେ।

- Advertisement -

ଭୋଟ ଗଣତି କେନ୍ଦ୍ର ବାହାରେ ଜନସମାବେଶ ଉପରେ ନିର୍ବାଚନ କମିଶନ ନିଷେଧାଜ୍ଞା ଲାଗୁ କରିଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ପାଇଁ ବଡ଼ବଡ଼ କୋଠରିରେ ଭୋଟ୍‍ ଗଣତି କରାଯିବ। ଗୋଟିଏ ଭୋଟ୍‍ ଗଣତି କେନ୍ଦ୍ରରେ ୭ଟିରୁ ଅଧିକ ଗଣତି ଟେବୁଲ ପକାଯିବ ନାହିଁ। ଭୋଟ୍‍ ଗଣତି ପୂର୍ବରୁ କେନ୍ଦ୍ର ଗୁଡ଼ିକୁ ଭୂତାଣୁମୁକ୍ତ କରାଯିବ। ଇଭିଏମ ଓ ଭିଭିପାଟଗୁଡ଼ିକୁ ମଧ୍ୟ ସାନିଟାଇଜ୍‍ ଓ ଭୂତାଣୁମୁକ୍ତ କରାଯିବ। ଭୋଟ୍‍ ଗଣତି କେନ୍ଦ୍ର ମଧ୍ୟରେ କେତୋଟି ଟେବୁଲ ପଡ଼ିପାରିବ, ତାହା କୋଠରିର ଆକାର ଉପରେ ନିର୍ଭର କରିବ ବୋଲି ଜଣାପଡିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories