ଜିସାଟ-୭ଏ ଉତକ୍ଷେପଣ ପାଇଁ ଅବଗଣନା ଗଣନା ଆରମ୍ଭ

0

ଶ୍ରୀହରିକୋଟା : ଭାରତର ୩୫ତମ ଯୋଗାଯୋଗ ଉପଗ୍ରହ ଜିସାଟ-୭ଏ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପ୍ରେରଣ ଲାଗି ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅବଗଣନା ଗଣନା ଆରମ୍ଭ ହୋଇଛି। ବୁଧବାର ଅପରାହ୍ଣ ୪ଟା ୧୦ମିନିଟରେ ଜିଏସଏଲଭି-ଏଫ ୧୧ ରକେଟରେ ଏହାକୁ ମହକାଶକୁ ପଠାଯିବ। ମଙ୍ଗଳବାର ଅପରାହ୍ନ ୨ଟା୧୦ ମିନିଟରୁ ଏଥିପାଇଁ ୨୬ ଘଣ୍ଟିଆ ଅବଗଣନା ଗଣନା ଆରମ୍ଭ ହୋଇଛି।

ଜିଏସଏଲଭି-ଏଫ ୧୧ ଉପଗ୍ରହକୁ ଜିଓସାକ୍ରୋନାଇଜ ଟ୍ରାନ୍ସଫର ଅରବିଟରେ ସ୍ଥାପନ କରିବ ଓ ଅନବୋର୍ଡ ପ୍ରପୁଲସନ ବ୍ୟବସ୍ଥା ମାଧ୍ୟମରେ ଉପଗ୍ରହକୁ ତାହାର ଜିଓ ଷ୍ଟେସନାରୀ ଅର୍ବିଟରେ ସ୍ଥାପନ କରାଯିବ। ଇସ୍ରୋ ଦ୍ୱାରା ନିର୍ମିତ ଏହି ଉପଗ୍ରହ ଭାରତୀୟ ଅଞ୍ଚଳରେ କୁ-ବ୍ୟାଣ୍ଡ ବ୍ୟବହାରକାରୀମାନଙ୍କୁ ଅଧିକ ସୁବିଧା ଯୋଗାଇବ। ଏହି ଉପଗ୍ରହ ୮ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।

Leave A Reply