ପୁଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଥିବା ବିଜେପି କାଉନସିଲର ଗିରଫ

0

ମୀରଟ .- ଉତ୍ତର ପ୍ରଦେଶର ମୀରଟ ସହରରେ ଜଣେ ପୁଲିସ ସବ୍‌ଇନିସ୍‌ପେକ୍ଟରଙ୍କୁ ନିସ୍ତୁକ ମାଡ ମାରିଥିବା ବିଜେପି କାଉନସିଲରଙ୍କୁ ପୁଲିସ ଗିରଫ କରିଛି ।  ତାଙ୍କ ବିରୁଦ୍ଧରେ ପୁଲିସ  ବିଭିନ୍ନ ଦଫା ଲଗାଇଛି । ଜଣେ ମହିଳା ଆଇନଜୀବୀଙ୍କ ସହ ପୁଲିସ ସବ୍‌ ଇନସ୍‌ପେକ୍ଟର ପୁଲିସ ପୋଷାକରେ ଥିବା ଅବସ୍ଥାରେ ଏହି ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ଆସିଥିଲେ । କୌଣସି ଏକ କଥାକୁ ନେଇ ରେଷ୍ଟୁରାଣ୍ଟର ବୟ ଓ ମହିଳାଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ।

ଏହାପରେ ବିଜେପି କାଉନସିଲର ମୁନୀଷ କୁମାର ସେଠାକୁ ଆସିଥିଲେ  । ମହିଳା ଜଣଙ୍କ ରେଷ୍ଟୁରାଣ୍ଟରେ ପ୍ଲେଟ ଫିଙ୍ଗିଥିବା ବେଳେ , କାଉନସିଲର ପୁଲିସ ସବ୍‌ଇନସ୍‌ ପେକ୍ଟରଙ୍କୁ ନିସ୍ତୁକ ମାଡ ମାରିଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା । ଏହାପରେ ସେହି ପୁଲିସ ଅଧିକାରୀଙ୍କୁ ବଦଳି କରାଯାଇଛି । ମାଡ ମାରିଥିବା କାଉନସିଲର୍‌ଙ୍କ ନାମରେ ଭାରତୀୟ ପିଙ୍ଗଳଧାରା ୩୯୫ ଓ ୩୫୪ ଅନୁସାରେ ଏକ ମାମଲା ରୁଜୁ  କରାଯାଇଛି ।

Leave A Reply