ତାଲିବାନ, ଆଇଏସ୍‌, ଅଲ-କାଏଦାଙ୍କ ଯୋଜନା ପାକିସ୍ତାନ ହେବ ସାରିୟା ରାଷ୍ଟ୍ର

ଇସଲାମାବାଦ : ପାକିସ୍ତାନକୁ ଏକ ସାରିୟା ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଛନ୍ତି ବିଭିନ୍ନ ଆତଙ୍କବାଦୀ ସଂଗଠନ । ବିଶେଷକରି ତାଲିବାନ, ତେହରିକ-ଇ-ତାଲିବାନ, ଇସଲାମିକ ଷ୍ଟେଟ (ଖୋରାସନ) ଆଇଏସ୍‌-କେ ଓ ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନ ପାକିସ୍ତାନକୁ ଏକ ସାରିୟା ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଛନ୍ତି । ତେବେ ଆତଙ୍କବାଦୀ ସଂଗଠନଗୁଡିକର ଏପରି ଯୋଜନାରେ ବଡ ପ୍ରତିବନ୍ଧକ ସୃଷ୍ଟି କରୁଛି ପାକିସ୍ତାନ ସେନା । ସାରିୟା ରାଷ୍ଟ୍ରରେ ପରିଣତ ଦେବା ଦ୍ବାରା ପାକିସ୍ତାନ ଇସଲାମିକ ଆଇନ ବା ସାରିୟା ଆଇନ ଦ୍ବାରା ପରିଚାଳିତ ହେବ । ଏଠାରେ ପାକିସ୍ତାନ ସମ୍ବିଧାନର ଆଇନ ଚାଲିବ ନାହିଁ। ପାକିସ୍ତାନକୁ ସାରିଆ ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଥିବା ତେହରିକ ଇ ତାଲିବାନ ମହିଳାଙ୍କ ଶିକ୍ଷାକୁ ବିରୋଧ କରିଛି । ଏହା ସହିତ ନାବାଳିକାଙ୍କୁ ସେମାନଙ୍କ ଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବିବାହ କରିବା ଓ କଳାକାରଙ୍କ ଉପରେ ଆକ୍ରମଣ କରିବା ଉପରେ ତାଲିବାନ ଗୁରୁତ୍ବ ଦେଉଛି।

Comments are closed.