କଫ ସିରଫ ସହ ୧୭ ମୋବାଇଲ, ୪ କ୍ୟାମେରା ଓ ବାଇକ୍ ଜବତ: ଯୁବକ ଗିରଫ

 ପଦ୍ମପୁର : ପଦ୍ମପୁର ବଡ ବନ୍ଧ ପଡାରେ ବେଆଇନ କଫ୍ ସିରପ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଖବର ପାଇ ପୁଲିସ କାପଲୁ ଓରଫ ଚିତ୍ତରଞନ ଦାସ  ଘର ଉପରେ ଚଢାଉ କରିଥିଲେ। ତାଂକ ଠାରୁ ୯୦ଲିଟର ଅପମିଶ୍ରିତ କଫ ସିରପ,୧୬୦ବୋତଲ ୱେଲସିରେକ୍ସ କଫ  ସିରପ,୧୫ ଷ୍ଟ୍ରିପ ନାଇଟ୍ରୋଜେନ୧୦ ଟେବଲେଟ,ନଗଦ ୮୩ହଜାର୬୦୦ଟଂକା,୪ଟି କ୍ୟାମେରା,୧୭ଟି ବିଭିନ୍ନ କଂପାନୀର ମୋବାଇଲ ଫୋନ,୬୦ଟି କୋଡକ ରିଲ ଜବତ କରିଛନ୍ତି। ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନଂକ ନେତୃତ୍ବରେ ଏସ ଆଇ ସୌମ୍ୟ ରଞ୍ଜନ ପାତ୍ର,ଏସ ଆଇ ପ୍ରତିମା ଡୁଂଗଡୁଂଗ,ଏ ଏସ ଆଇ ପବିତ୍ର ମୋହନ ବେହେରା, ରବୀନ୍ଦ୍ର ହେମ୍ବ୍ରମ ଓ ଅନ୍ୟମାନେ ସାମିଲ ଥିଲେ।ଏ ଏସ ଆଇ ପ୍ରକାଶ ନନ୍ଦ ତଦନ୍ତକାରୀ ଅଫିସର ଅଛନ୍ତି।ଅଭିଯୁକ୍ତ କାପଲୁ ନାମରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ।

Comments are closed.