କାର ନମ୍ବର ପାଇଁ କେରଳର ବ୍ୟବସାୟୀ ଖର୍ଚ୍ଚ କଲେ ୩୧ ଲକ୍ଷ ଟଙ୍କା

0

ଥିରୁଭାନନ୍ତପୁରମ..-ନିଜର ବହୁ ମୂଲ୍ୟ କାର୍‌ ପାଇଁ ଜଣେ  ବ୍ୟବସାୟୀ ୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । କେରଳର ବ୍ୟବସାୟୀ କେଏସ୍‌ ବାଲଗୋପାଳ ନୀଳ ରଙ୍ଗର ଏକ ପୋର୍ସେ କାର୍‌ କିଣିଥେଲ । ଏଥିପାଇଁ ସେ କେଏଲ୍‌-୦୧-ସିକେ-୧  ନମ୍ବର ନେବା ପାଇଁ ଚାହିଁଥିଲେ । ଏହି ନମ୍ବର ପାଇଁ ନିଲାମ ଡକାଯାଇଥିଲା ।

୫୦୦ ଟଙ୍କାରୁ ଏହାର ନିଲାମ ଆରମ୍ଭ ହୋଇଥିଲା । ଅନେକ ଲୋକ ଏହି ନମ୍ବରଟି ନେବା ପାଇଁ ଚାହିଁଥିଲେ । ନିଲାମବେଳେ ଏହାର ମୂଲ୍ୟ ବଢି ବଢି ଚାଲିଥିଲା । ଶେଷରେ ବାଲ ଗୋପାଲ ୩୧  ଲକ୍ଷ ଟଙ୍କା ଦେଇ ଏହି ନମ୍ବରଟିକୁ କିଣିଥିଲେ ।  ଏହା କେରଳର ସବୁଠାରୁ ଅଧିକ ଟଙ୍କାରେ ନିଲାମ ହୋଇଥିବା ନମ୍ବର ।

Leave A Reply