କୋଷ୍ଟା କଫିକୁ ୩୫୭୦୦ କୋଟି ଟଙ୍କାରେ କିଣିବ କୋକା-କୋଲା

0

ନ୍ୟୟର୍କ .- ଆମେରିକାର ମୃଦୁ ପାନୀୟ ବ୍ରାଣ୍ଡ କୋକା-କୋଲା,  ଲୋକପ୍ରିୟ ବ୍ରିଟିଶ କଫି କମ୍ପାନୀ କୋଷ୍ଟାକଫିକୁ କିଣିବ । ହ୍ୱାଇଟ୍‌ବ୍ରେଡର କୋଷ୍ଟାକଫି ୟୁରୋପରେ ବେଶ୍‌ ପରିଚିତ ଓ ଲୋକ ପ୍ରିୟ କଫି ଷ୍ଟୋର ଚେନ୍‌ ।  ହ୍ୱାଇଟ୍‌ ବ୍ରେଡ୍‌ଠାରୁ କୋକାକୋଲା ୫.୧ ବିଲିୟନ୍‌ ଆମେରିକୀୟ ଡଲାର ବା ୩୫ହଜାର ୭୦୦ କୋଟି ଟଙ୍କା ଦେଇ କୋଷ୍ଟା କଫିକୁ କିଣିବ । ହ୍ୱାଇଟ୍‌ବ୍ରେଡ୍‌ ଏହାକୁ ମଞ୍ଜୁରି ଦେବା ପାଇଁ ନିଜ ଅଂଶୀଦାରମାନଙ୍କୁ ଅନୁରୋଧ କରିଛି । ଅକ୍ଟୋବରର ମଧ୍ୟ ଭାଗରେ ଏହି  କଣିବା ପ୍ରକ୍ରିୟା ସମ୍ପନ୍ନ ହେବ ।

କୋଷ୍ଟାକଫିକୁ କିଣିବା ପାଇଁ ଆବଶ୍ୟକୀୟ ଚୁକ୍ତି କରାଯାଇଛି ବୋଲି କୋକା-କୋଲା ପକ୍ଷରୁ କୁହାଯାଇଛି । ୧୯୭୧ ମସିହାରେ କୋଷ୍ଟାକଫି ପ୍ରତିଷ୍ଠା କରାଯାଇଥିଲା । ଲଣ୍ଡନରେ ଏହାକୁ ଆରମ୍ଭ କରାଯାଇଥିଲା । ଧୀରେ ଧୀରେ ଏହା ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିଲା । କୋଷ୍ଟା କଫିର ଏବେ ୪ହଜାରରୁ ଅଧିକ ଆଉଟ୍‌ଲେଟ୍‌ ରହିଛି ।

Leave A Reply