ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ହାକ୍‍ କରି ୯୪ କୋଟି ଲୁଟ୍‍

0

ନୂଆଦିଲ୍ଲୀ : ପୁଣେସ୍ଥିତ କସ୍‍ମସ୍‍ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସର୍ଭର ଡାଟାକୁ ହ୍ୟାକ୍‍ କରି ୯୪ କୋଟି ୪୨ ଲକ୍ଷ ଟଙ୍କା ଲୁଟ୍‍ ହୋଇଛି। ଏନେଇ ବ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ମାମଲା ପଦାକୁ ଆସିଛି। ଅଭିଯୋଗରେ ହଂକଂର ଏଏଲ୍‍ଏମ୍‍ ଟ୍ରେଡିଂ ଲିମିଟେଡ କମ୍ପାନୀକୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ହ୍ୟାକର ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସର୍ଭରରୁ ଭିସା ଏବଂ ଡେବିଟ୍‍ କାର୍ଡ ତଥ୍ୟ ଚୋରି କରି ବିଦେଶରେ ପାଖାପାଖି ୧୨ ହଜାର ଥରରେ ୭୮ କୋଟି ଟଙ୍କା ଓ ଭାରତରେ ୨୮୪୯ ଥରରେ ୨ କୋଟି ୫୦ ଲକ୍ଷ ଟଙ୍କା ବାହାର କରାଯାଇଛି। ସବୁ ନେଣଦେଣ (ଟ୍ରାଜାଂକସନ)କୁ ମିଶାଇ ମୋଟ ୯୪ କୋଟି ୪୨ ଲକ୍ଷ ଟଙ୍କା ଚୋରି ହୋଇଛି। ୧୧ ଅଗଷ୍ଟ ଅପରାହ୍ଣ ୩ଟାରୁ ଅଗଷ୍ଟ ୧୩ ରାତି ୧୦ଟା ମଧ୍ୟରେ ଏସବୁ ନେଣଦେଣ ହୋଇଛି। ପ୍ରାୟ ୨୧ ଦେଶରେ ହ୍ୟାକର ଟ୍ରାଜାଂକସନ୍‍ କରିଛି। ଡେବିଟ୍‍ କାର୍ଡରୁ ୮୦.୫ କୋଟି ଟଙ୍କା ଓ ସ୍ପିଫ୍ଟ ଜରିଆରେ ୧୩.୯ କୋଟି ଟଙ୍କା ବିଦେଶ ଖାତାକୁ ସ୍ଥାନାନ୍ତର କରାଯାଇଛି।

Leave A Reply