ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ

ଲୋଇସିଂହା : ଲୋଇସିଂହା ବ୍ଳକ ଅର୍ନ୍ତଗତ ହୀରାପୁର ଗ୍ରାମ ପଞ୍ଚାୟତରେ ନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗତ ସପ୍ତାହରେ ସ୍ଥାନୀୟ ଗ୍ରାମବାସୀ ଲିଖିତ ଭାବରେ ବଲାଙ୍ଗିର ଉପଜିଲାପାଳ ଏବଂ ଲୋଇସିଂହା ବ୍ଳକ ବିଡିଓଙ୍କ ଠାରେ ଅଭିଯୋଗ ସତ୍ୱେ କୌଣସି ତଦନ୍ତ କରାନଯିବାରୁ ଅଭିଯୋଗକାରୀ ମାନେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଗତକାଲି ତାଲା ପକାଇଥିବା ସୂଚନା ମିଳିଛି। ହିରାପୁର ପଥରିଆ ସର ଜଳାଶୟକୁ ରାସ୍ତା ନିର୍ମାଣ କରା ନଯାଇ ୪୫ ହଜାର ଟଙ୍କା ଉଠା ଯାଇଥିବା ଏବଂ ହାଇସ୍କୁଲ ଖେଳ ପଡିଆ ନିର୍ମାଣ କରାନଯାଇ ଟଙ୍କା ଉଠାଯାଇଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଳେଖ କରିଛନ୍ତି। ଅନ୍ୟ ପକ୍ଷରେ ସ୍ଥାନୀୟ ଜିଆରଏସଙ୍କୁ ଉକ୍ତ ଅଭିଯୋଗ ସମ୍ପର୍କରେ ପଚାରିବାରେ ସେ ଏହାକୁ ଅସ୍ୱୀକାର କରି ହାଇସ୍କୁଲ ଖେଳ ପଡିଆ ବାବଦରେ ଟଙ୍କାଟିଏ ବି ଉଠା ଯାଇନାହିଁ ଏବଂ ପଥରିଆ ସରର କାମ ଆରମ୍ଭ ହେଉ ଥିବା ବେଳେ ଏ ବାବଦକୁ କାମ କରିଥିବା କିଛି ଶ୍ରମିକଙ୍କ ପାଶ୍‍ ବୁକ୍‍ ରେ ସେମାନଙ୍କ ପାଉଣା ଜମା କରାଯାଇଥିବା ସଫେଇ ଦେଇଛନ୍ତି।

Comments are closed.