ହରଭଙ୍ଗା ବ୍ଲକ ଜୀବିକା ମିଶନ ଦୁର୍ନୀତି ପିଛା ଛାଡୁନି

ଏମ.ବି.କେଙ୍କ ମନମୁଖୀ କାର୍ଯ୍ୟ, ବହିଷ୍କାର ଦାବୀକଲା ମହାସଂଘ

ହରଭଙ୍ଗା: କେନ୍ଦ୍ର ସରକାର ଜୀବିକା ମିଶନ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳ ମହିଳା ସ୍ୱୟଂ ସହାୟକ ଦଳକୁ ସ୍ୱାବଲମ୍ବୀ ଏବଂ ସଂଗଠିତ କରିବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି। ଏହା ସହିତ ମହିଳା ସ୍ୱୟଂ ସହାୟକ ଦଳମାନଙ୍କ ତଦାରଖ ପାଇଁ ଗୋଷ୍ଠିଗତ ସମ୍ବଳ କର୍ମୀ (ସି.ଆର.ପି)ଏବଂ ମାଷ୍ଟର ବୁକ କିପର (ଏମ.ବି.କେ)ମାନଙ୍କୁ ପଞ୍ଚାୟତସ୍ତରରେ ନିଯୁକ୍ତି ଦିଆଯାଇଛି। ମାତ୍ର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ବାଣୀଭୁଷଣପୁର ପଞ୍ଚାୟତ ଦାୟିତ୍ୱ ରେଥିବା ମାଷ୍ଟର ବୁକ୍‍ କିପର(ଏମ/ବି/କେ) ମହାସଂଘ କର୍ମକର୍ତ୍ତାଙ୍କୁ ଅନ୍ଧାରରେ ରଖି ମନଇଛା କାର୍ଯ୍ୟକରୁଥିବା ନେଇ ସଂଘର ସଭାନେତ୍ରୀ ଜୟନ୍ତୀ ପ୍ରଧାନ ଏବଂ ସମ୍ପାଦିକା କୋଶଲ୍ୟା ଦେହୁରୀଙ୍କ ପକ୍ଷରୁ ଗୁରୁତର ଅଭିଯୋଗ ପଦାକୁ ଆସିଛି। ଏମ.ବି.କେଙ୍କ ଦୁର୍ନୀତଗ୍ରସ୍ତ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବାଣିଭୁଷଣପୁର ମହାସଂଘ ତାଙ୍କର ବହିଷ୍କାର ଦାବିକରିଛି।

ମହାସଂଘ କର୍ମକର୍ତ୍ତା ଏବଂ କାର୍ଯ୍ୟକାରୀ କମିଟିଙ୍କ ସହମତିରେ ଏମ.ବି.କେଙ୍କ ବହିଷ୍କାର ସଂର୍ପକୀତ ଏକ ଗୃହୀତ ପ୍ରସ୍ତାବ ପତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ,ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବୌଦ୍ଧ,ଡି.ପି.ଏମ ବୌଦ୍ଧ, ହରଭଙ୍ଗା ବି.ଡି.ଓ, ହରଭଙ୍ଗା ଓଡିଶା ଜୀବିକା ମିଶନ ବ୍ଲକ ପ୍ରେଗାମ ଅଫିସରଙ୍କ ଅବଗତି ନିମନ୍ତେ ମହାସଂଘ ପକ୍ଷରୁ ଅଭିଯୋଗ ପତ୍ର ମାଧ୍ୟମରେ ପଠାଯାଇଥିବା ଜଣାପଡ଼ିଛି। ମହାସଂଘ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ବାଣିଭୂଷଣପୁର ପଞ୍ଚାୟତରେ ଗତ ଡିସେମ୍ବର ୨୦୧୮ରୁ ଶ୍ରୀମତୀ ନିରୁପମା ସିଂହ ସାମନ୍ତ ଏମ.ବି.କେ ଭାବେ କାର୍ଯ୍ୟତୁଳାଉଛନ୍ତି। ମହାସଂଘର ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ମହାସଂଘ ପରିଚାଳନା କରୁଛନ୍ତି।ମହାସଂଘ କର୍ମକର୍ତାକୁ ଅନ୍ଧାରରେ ରଖି ନଥିପତ୍ରକୁ ସଠିକଭାବେ ଉପସ୍ଥାପନା କରୁନାହାଁନ୍ତି। ଆର୍ଥିକ କାରବାରରେ ମଧ୍ୟ ମିଥ୍ୟା ହିସାବ ଦେଇ ଅଧିବେଶନ ଖାତାରେ ମନଇଛା ଲେଖୁଛନ୍ତି। ମାସିକ ଏବଂ ବାର୍ଷିକ  ଆୟ ଟଙ୍କାର ହିସାବ କିତାବ ମହାସଂଘକୁ ପ୍ରଦାନ କରୁନାହଁନ୍ତି। ବେନିୟମ ଭାବେ ସ୍ୱୟଂସହାୟକ ଦଳଠାରୁ ଟଙ୍କା ଆଦାୟ କରୁଥିବାରୁ ମହାସଂଘ ବଦନାମ ହେଉଛି। ମହାସଂଘର କାର୍ଯ୍ୟକାରୀ କମିଟି ନାମରେ ଯାତାୟତ ଲାଗି ବୈଠକ ପିଛା ୨ଶହ ଟଙ୍କା ମାଗିବାର ମିଛ ଅଭିଯୋଗ କରିଛନ୍ତି। ବ୍ୟାଙ୍କମିତ୍ର ମହାସଂଘରୁ ଦରମା ଦେବା ନେଇ ଏମ.ବିକେ ତାଙ୍କୁ ଲାଞ୍ଚ ମାଗୁଥିବା ଭଳି ପ୍ରତ୍ୟକ୍ଷ ଅଭିଯୋଗ ମଧ୍ୟ ଆସିଛି। ମହାସଂଘ ସଭାନେତ୍ରୀ ଏବଂ ସମ୍ପାଦିକାଙ୍କୁ ପ୍ରତ୍ୟାଖ୍ୟାନ କରି ପଞ୍ଚାୟତ କାର୍ଯ୍ୟକ୍ରମକୁ ନିଜଇଛା ଅନୁସାରେ ଏଠି ସେଠି କରିବା। ମନଇଛା ସ୍ୱୟଂସହାୟକ ଦଳଠାରୁ ସି.ଆଇ.ଏଫ ଚାର୍ଜ ଆଦାୟ କରିବା ଭଳି ମନମୁଖୀ କାର୍ଯ୍ୟ ଉପରେ ମହାସଂଘ ତାଙ୍କ ବହିଷ୍କାର ଦାବି କରିଛି। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତାଙ୍କୁ ପଦବୀରୁ ବହିଷ୍କାର ସହିତ କାର୍ଯ୍ୟକାରୀ କମିଟି ଏବଂ ସାଧାରଣ କମିଟି ସଦସ୍ୟରୁ ହଟାଇବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମହାସଂଘ ଦୃଷ୍ଟି ଆକର୍ଷଣ କରିଛି। ଏଥିପ୍ରତି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ସୂଚନା ଥାଉ କି ହରଭଙ୍ଗା ବ୍ଲକ ଜୀବିକା ମିଶନ ପକ୍ଷରୁ ମହାସଂଘମାନଙ୍କ ପାଇଁ କଂପ୍ୟୁଟର କିଣାରେ ଏକ ବଡଧରଣ ଦୁନୀତି ମଧ୍ୟ ଏହା ପୂର୍ବରୁ ପଦାକୁ ଆସିଛି। ଏ ସଂର୍ପକରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶଙ୍କୁ ପଚାରିବାରୁ, ଅଭିଯୋଗ ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Comments are closed.