କର୍ପୋରେଟ କ୍ରିକେଟ ଲିଗ୍‌ ଆୟୋଜନ କରିବ ଆଇ ସର୍ଭ ୟୁ

 

ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବକର୍ପୋରେଟ କ୍ରିକେଟ ଲିଗ୍‌ । ରାଜଧାନୀ କର୍ପୋରେଟ ହାଉସ୍ମାନେ ସାମିଲ ହେବେ ଏହି କ୍ରିକେଟ ଲିଗ୍ ରେ । ଭୁବନେଶ୍ୱର ରେ ବଢୁଥିବା ସ୍ପୋର୍ଟ କ୍ରେଜ୍ କୁ ଦେଖି କ୍ରିକେଟ ଲିଗ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି, ରାଜ୍ୟର ଅଗ୍ରଣୀ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁଥିବା ଆଇ ସର୍ଭ ୟୁ । ଖୁବ୍ ଶୀଘ୍ର ଏହି ଲିଗର ରୂପ ରେଖ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯିବ ବୋଲି ଆଇ ସର୍ଭ ୟୁ ର ଉମାକାନ୍ତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଇ ସର୍ଭ ୟୁ ପକ୍ଷରୁ ଗତ ୨ ଦିନ ଧରି ସିଭି ରମଣ ଗ୍ରାଉଣ୍ଡରେ ସ୍ଵତନ୍ତ୍ର କ୍ରିକେଟ୍ ଲିଗ୍ ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୪ଟି ଟିମ ଭାଗନେଇଥିଲେ। ଏହା ସହ ପ୍ରତ୍ୟେକ ମାସରେ କମ୍ପାନୀ ପକ୍ଷରୁ ଏଭଳି ଲିଗ୍ ଆୟୋଜନ କରାଯିବ ବୋଲି ସେ କହିଛନ୍ତି।

କର୍ପୋରେଟ ସଂସ୍ଥା ମାନଙ୍କରେ ଟିମ୍ ସ୍ପିରିଟ ବଢ଼ାଇବା, ଷ୍ଟ୍ରେସ ଫ୍ରି ରହିବା ଶୃଙ୍ଖଳିତ ବ୍ୟବହାର ସହ ଫିଟନେସ ଉପରେ ଗୁରୁତ୍ବ ଦେବା ଲକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । କର୍ପୋରେଟ କ୍ରିକେଟ୍ ଲିଗ୍ ଏ ଦିଗରେ ବିଶେଷ ସହାୟ ହେବ ବୋଲି ଆଇ ସର୍ଭ ୟୁ ର ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତି। ଭୁବନେଶ୍ବର ପରେ ରାଜ୍ୟର ଅନ୍ୟ ସହରରେ ଏଭଳି କ୍ରିକେଟ୍ ଲିଗ୍ ଅୟୋଜନ କରିବାକୁ କଂପାନି ଲକ୍ଷ୍ୟ ରଖିଛି।

Comments are closed.