ବିଳାସବ୍ୟସନ ତ୍ୟାଗ କରି ରିଲାଏନ୍ସର ପୂର୍ବତନ ଉପାଧ୍ୟକ୍ଷ ହେଲେ ଜୈନ ଭିକ୍ଷୁ

ଯେତେବେଳେ ଏକ ବର୍ଷ ପୂର୍ବେ କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଆକ୍ରାନ୍ତ ହୋଇଥିଲା ସେତେବେଳେ ବସ୍ତୁବାଦୀ ସୁଖସ୍ୱାଛନ୍ଦ୍ୟ ପରିତ୍ୟାଗ କରିବା ସହ ରିଲାଏନ୍ସ ଇଣ୍ଡଷ୍ତିଜର ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ଶାହା ବସ୍ତୁବାଦୀ ଜୀବନ ଶୈଳୀ ସହ ଜଡିତ ସବୁକିଛି ଠାରୁ ଦୁରେଇ ଯାଇଥିଲେ। ଅବସର ପରେ ୬୪ ବର୍ଷୀୟ ଶ୍ରୀ ଶାହା ଚଳିତ ମାସ ୨୫ରେ ଜୈନ ମାର୍ଗ ଗ୍ରହଣ କରିବା ନିମନ୍ତେ ଦୀକ୍ଷା ଗ୍ରହଣ କରିଛନ୍ତି। ସାଧା ଧଳା ପୋଷାକ ପିନ୍ଧି ଶ୍ରୀ ଶାହା ଏବଂ ତାଙ୍କ ପତ୍ନୀ ନୈନା ଶାହା ମୁମ୍ବାଇର ବୋରିଭାଲିରେ ଆୟୋଜିତ ଏକ ସମାରୋହରେ ଦୀକ୍ଷା ନେଇଥିଲେ।

ଶ୍ରୀ ଶାହା ବମ୍ବେ ଆଇଆଇଟିରେ ରାସାୟନିକ ଇଞ୍ଜିନିୟରିଂରେ ବିଟେକ ଏବଂ ଏମଟେକ ପାଠ୍ୟକ୍ରମ ସମାପ୍ତ କରିଥିଲେ। ପରେ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହିତ କାମ କରିବା ଆରମ୍ଭ କଲେ ଏବଂ ଗତ ବର୍ଷ ସେ ଗତ ବର୍ଷ ଉପାଧ୍ୟକ୍ଷ ପଦବୀରେ ଥାଇ ଅବସର ଗ୍ରହଣ କରିଥିଲେ। ବହୁ ପୂର୍ବରୁ ଶାହାଙ୍କ ସାନ ପୁଅ ଜୈନ ଭିକ୍ଷୁ ହୋଇଥିଲେ। ଶାହାଙ୍କ ପୁଅ ମଧ୍ୟ ଆଇଆଇଟି ବମ୍ବେରୁ ରାସାୟନିକ ଇଞ୍ଜିନିୟରିଂରେ ବି ଟେକ ଡିଗ୍ରୀ ହାସଲ କରିଥିଲେ ଏବଂ ଉତ୍ତମ ପ୍ରଦର୍ଶନ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ। ସେ ୨୪ ବର୍ଷ ବୟସରେ ଜୈନ ଭିକ୍ଷୁ ହୋଇଥିଲେ।

ସେ କହିଛନ୍ତି ଯେ ସେ ପିଲାଟି ଦିନରୁ ସେହି ମାର୍ଗ ପ୍ରତି ଆକର୍ଷିତ ହୋଇଥିଲେ। ସାଂସାରିକ ଜୀବନର ବସ୍ତୁବାଦୀ ଭୋଗ ଏବଂ ଆଧ୍ୟାତ୍ମିକ ସୁଖ ମଧ୍ୟରେ କୌଣସି ତୁଳନା କରାଯାଇପାରିବ ନାହିଁ। ଶ୍ରୀ ଶାହାଙ୍କ ଭାଇ ଘରୋଇ କ୍ଷେତ୍ରରେ କାମ କରନ୍ତି। ତାଙ୍କର ଏହି ନିଷ୍ପତ୍ତି ପଛରେ ତାଙ୍କ ପିତାମାତାଙ୍କ ପ୍ରେରଣା ଏବଂ ସମର୍ଥନ ରହିଛି।

Comments are closed.