ବିଶ୍ୱକୁ ଆଜି ମିଳିବ କରୋନା ଟିକା !

ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀର ଚିକିତ୍ସା ପାଇଁ ସାରା ବିଶ୍ୱରେ ଟିକା ଉତ୍ପାଦନ ଚାଲିଛି। ଏହି ସମୟରେ ଟିକାକୁ ସମଗ୍ର ବିଶ୍ୱ ଉତ୍ସାହର ସହିତ ଅପେକ୍ଷା କରି ରହିଛି। ଏହି ସମୟରେ ମେଡିକାଲ କ୍ଷେତ୍ରରେ ବିଶ୍ଵର ସବୁଠାରୁ ପ୍ରଭାବଶାଳୀ ପତ୍ରିକା ’ଦି ଲାନସେଟ୍’ର ସମ୍ପାଦକ ରିଚାର୍ଡ ହର୍ଟନଙ୍କ ଏକ ଟୁଇଟ୍ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ରବିବାର ଦିନ ରିଚାର୍ଡ ଟ୍ୱିଟ୍ କରି ଲେଖିଛନ୍ତି ଯେ, କୋଭିଡ -୧୯ ପାଇଁ ପ୍ରସ୍ତୁତ ଟିକା ଫଳାଫଳ ଆସନ୍ତାକାଲି ଘୋଷଣା କରାଯିବ (ଅର୍ଥାତ୍ ଆଜି ସୋମବାର)। ସେବେଠାରୁ ସମଗ୍ର ବିଶ୍ୱ ଏହାକୁ ନଜରରେ ରଖିଛି।
ହର୍ଟନ୍ ଟ୍ୱିଟ୍ କରିଛନ୍ତି। “ଆସନ୍ତାକାଲି ଟିକା, ଏମିତି କହୁଛି”। ଏହି ଟୁଇଟକୁ ନେଇ ସାରା ବିଶ୍ଵ ଉତ୍ସାହିତ ରହିଛି। ଯଦି ଟୀକାକରଣର ଫଳାଫଳ ଘୋଷିତ ହୁଏ ଏବଂ ଏହା ସଫଳ ହୁଏ, ତେବେ ଏହା ଏକ ବିପ୍ଳବଠାରୁ କମ୍ ହେବ ନାହିଁ।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ କରୋନା ଟିକା ପ୍ରସ୍ତୁତ କରାଯାଉଥିବା ନେଇ ଆଜି ଏକ ବଡ ଘୋଷଣା କରାଯାଇପାରେ ବୋଲି ବିଶ୍ୱାସ କରାଯାଏ। ସମ୍ପ୍ରତି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ(ଡଐଙ) ବିଶ୍ଵବ୍ୟାପୀ ୧୪୦ଟି ଟିକା ଉପରେ ନଜର ରଖିଛି।

Comments are closed.