ତାମିଲନାଡ଼ୁରେ ଡ଼ାକ୍ତର, ନର୍ସଙ୍କ ଅବସର ଅବଧି ୨ ମାସ ବୃଦ୍ଧି

କରୋନା ନିମନ୍ତେ ଡ଼ାକ୍ତର ଓ ନର୍ସଙ୍କ ଅବସର ଅବଧିକୁ ୨ ମାସ ବୃଦ୍ଧି କରିଛନ୍ତି ତାମିଲନାଡ଼ୁ ସରକାର। । ଯେଉଁଡ଼ାକ୍ତର ଓ ନର୍ସମାନେ ମାର୍ଚ୍ଚ ୩୧ରେ ଅବସର ଗ୍ରହଣ କରିଥାଆନ୍ତେ ସେମାନଙ୍କୁ ମେ ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । ଯାହା ଫଳରେ କରୋନା ସମୟରେ ଡ଼ାକ୍ତର ଓ ନର୍ସଙ୍କ ଅଭାବ ସୃଷ୍ଟି ହେବ ନାହିଁ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ଼ା. ସି.ବିଜୟଭାସ୍କର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Comments are closed.