ପ୍ରଥମ ୟୁରୋପୀୟ ରାଷ୍ଟ୍ର ଭାବେ ସ୍ଲୋଭାନିଆ ମହାମାରୀ ମୁକ୍ତ

ଲୁବ୍‌ଜାନା : ପ୍ରଥମ ୟୁରୋପୀୟ ରାଷ୍ଟ୍ର ଭାବେ ସ୍ଲୋଭେନିଆ କରୋନା ମହାମାରୀକୁ ବିଦାୟ ଘୋଷଣା କରିଛି। ଏଥିସହିତ ଦୁଇ ମାସ ବ୍ୟବଧାନରେ ଶୁକ୍ରବାର ୟୁରୋପୀୟ ସଙ୍ଘ ସଦସ୍ୟଙ୍କ ପାଇଁ ଦେଶର ସୀମାକୁ ଉନ୍ମୁକ୍ତ କରିଛି। ଇଟାଲୀ ସଂଲଗ୍ନ ୨୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି କ୍ଷୁଦ୍ର ରାଷ୍ଟ୍ରରେ ୧୫୦୦ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ଗୁରୁବାର ସୁଦ୍ଧା ୧୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସତ୍ତ୍ବେ ନୂଆ ସଂକ୍ରମଣ ନିୟନ୍ତ୍ରିତ ହୋଇଥିବାରୁ ଦେଶକୁ କରୋନା ମହାମାରୀ ମୁକ୍ତ ଘୋଷଣା କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଜାନେଜ ଜାନ୍‌ସା। ଦେଶକୁ ପ୍ରବେଶ କରୁଥିବା କିମ୍ବା ଦେଶରେ ଥିବା ଅଣ-ୟୁରୋପୀୟ ସଙ୍ଘ ନାଗରିକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ ବୋଲି ଜାନେଜ କହିଛନ୍ତି। ଏଥିସହିତ ଦେଶରେ କିଛିଟା କଟକଣା ଜାରି ରହିବ ବୋଲି ସେ କହିଛନ୍ତି।

Comments are closed.