କରୋନା ଭୟ ; ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ

ନୂଆଦିଲ୍ଲୀ ; ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଜଣେ କରୋନା ସନ୍ଦିଗ୍ଧ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରବିବାର ସକାଳେ ହସ୍ପିଟାଲର ତୃତୀୟ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଫଳରେ ତାଙ୍କର ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, କରୋନା ସନ୍ଦେହରେ ତାଙ୍କୁ ମାର୍ଚ୍ଚ ୩୧ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ରିପୋର୍ଟ ଆସିନାହିଁ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ତାଙ୍କ ଅବସ୍ଥା ସ୍ଥିର ରହିଛି। କରୋନା ସଂକ୍ରମଣ ହେତୁ ସେ ବହୁତ ଡରି ଯାଇଥିଲେ, ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ଡାକ୍ତରମାନେ କହିଛନ୍ତି।

Comments are closed.