ସଂକ୍ରମଣ ଆରମ୍ଭରେ କରାଯାଇପାରିବ କରୋନା ଚିକିତ୍ସା, ଗ୍ଲେନମାର୍କ ଫାର୍ମା ପ୍ରସ୍ତୁତ କଲା ଔଷଧ

ନୂଆଦିଲ୍ଲୀ : କରୋନା ଭୂତାଣୁ ଚିକିତ୍ସା ପାଇଁ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଏକ ଔଷଧ ପ୍ରସ୍ତୁତ କରିଛି। ଗ୍ଲେନମାର୍କ କମ୍ପାନୀ ଶନିବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଗ୍ଲେନମାର୍କ ଶନିବାର ଦିନ କହିଛି ଯେ ଫାବିଫ୍ଲୁ ବ୍ରାଣ୍ଡ ନାମରେ ଆଣ୍ଟି ଭାଇରାଲ୍ ଔଷଧ ଫାଭିପିରାଭିର ପ୍ରସ୍ତୁତ କରିଛି।

ମୁମ୍ବଇରେ ଅବସ୍ଥିତ କମ୍ପାନୀ ଶୁକ୍ରବାର ଦିନ କହିଛି ଯେ, ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସି)ରୁ ଏହି ଔଷଧ ଉତ୍ପାଦନ ତଥା ବଜାରକୁ ଆଣିବା ପାଇଁ ଅନୁମୋଦନ ଲାଭ କରିଛି । କମ୍ପାନୀ କହିଛି ଯେ ଫାବିଫ୍ଲୁ ହେଉଛି କୋଭିଡ-୧୯ର ଚିକିତ୍ସା ପାଇଁ ପ୍ରଥମ ଖାଇବା ଫାଭିପିରାଭିର ଔଷଧ, ଯାହାକୁ ଅନୁମୋଦନ କରାଯାଇଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଗ୍ଲେନ୍ ସଲଦାନହା କହିଛନ୍ତି ଯେ ଏହି ଅନୁମୋଦନ ଏପରି ଏକ ସମୟରେ ଆସିଛି ଯେତେ ବେଳେ ଭାରତରେ କରୋନା ଭାଇରସ୍ ମାମଲା ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବଢୁଛି।  ଯେର୍ଉଥିପାଇଁ ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବହୁତ ଚାପରେ ଅଛି । ସେ ଆଶା କରିଛନ୍ତି, ଯେ ଫାବିଫ୍ଲୁ ପରି ପ୍ରଭାବଶାଳୀ ଚିକିତ୍ସାର ଉପଲବ୍ଧତା ଏହି ଚାପକୁ ବହୁ ପରିମାଣରେ ହ୍ରାସ କରିବାରେ ସାହାଯ୍ୟ କରିବ।

ସଲଦାନହା କହିଛନ୍ତି ଯେ କ୍ଲିନିକାଲ ପରୀକ୍ଷଣରେ ଫାବିଫ୍ଲୁ କରୋନା ଜୀବାଣୁର ସାମାନ୍ୟ ସଂକ୍ରମଣରେ ପୀଡିତ ରୋଗୀଙ୍କ ଉପରେ ଯଥେଷ୍ଟ ଭଲ ଫଳାଫଳ ଦେଖାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ଖାଇବା ବଟିକା ବା ଔଷଧ ଯାହା ହେଉଛି ଏକ ସୁବିଧାଜନକ ଚିକିତ୍ସା ବିକଳ୍ପ। ଏହି ଔଷଧକୁ ଦେଶର ରୋଗୀମାନଙ୍କ ପାଇଁ ସହଜରେ ଉପଲବ୍ଧ କରାଇବା ପାଇଁ କମ୍ପାନୀ ସରକାର ଏବଂ ମେଡିକାଲ କର୍ମଚାରୀଙ୍କ ସହିତ ମିଶି କାର୍ଯ୍ୟ କରିବୁ ଫଳରେ ସ​‌ରା ଦେଶର ରୋଗୀମାନଙ୍କୁ ଏହି ଔଷଧ ସହଜରେ ମିଳି ପାରିବ। ଡାକ୍ତରଙ୍କ ପରାମର୍ଶରେ ଏହି ଔଷଧ ଟାବଲେଟ ପିଛା ୧୦୩ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ପ୍ରଥମ ଦିନରେ, ୧୮୦୦ ଏମଜିର ଦୁଇଟି ମାତ୍ରା ଗ୍ରହଣ କରିବାକୁ ପଡିବ। ଏହା ପରେ, ୮୦୦ ଏମଜିର ଦୁଇଟି ମାତ୍ରା ୧୪ ଦିନ ପାଇଁ ବ୍ୟବହାର କରିବାକୁ ପଡିବ। ଗ୍ଲେନମାର୍କ ଫାର୍ମା କହିଛି ଯେ ପ୍ରାଥମିକ ସ୍ତରରେ ସଂକ୍ରମିତ ରୋଗୀ ମଧୁମେହ କିମ୍ବା ହୃଦରୋଗରେ ପୀଡିତ ଥିଲେ ମଧ୍ୟ ଏହି ଔଷଧ ଦିଆଯାଇପାରିବ।

Comments are closed.