କରୋନା ଲକଡାଉନ୍ : ହରିୟାଣା ସୀମା ସିଲ୍, ଦିଲ୍ଲୀରେ ପ୍ରବେଶ କଟକଣା

ଚଣ୍ଡିଗଡ : ହରିୟାଣାର ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଚାରି ପଟରୁ ସୀମା ସିଲ୍ କରାଯାଇଛି । ବିଶେଷକରି ଦିଲ୍ଲୀରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀରୁ ହରିୟାଣାକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ସହ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଦିଲ୍ଲୀରେ ଚାକିରୀ କରୁଥିବା ହରିୟାଣାର ଲୋକଙ୍କ ପାଇଁ ତଥା ଏହି ସଙ୍କଟ ସମୟରେ ଦିଲ୍ଲୀ ସରକାର ଆବଶ୍ୟକ କରୁଥିବା ସେବା ପାଇଁ ହରିୟାଣା ସରକାର ଦିଲ୍ଲୀରେ ଏହାର ଭବନ ଗୁଡିକୁ ଦେବାକୁ ପ୍ରସ୍ତୁତ ଅଛନ୍ତି । ସୂଚନାଯୋଗ୍ୟ ଦିଲ୍ଲୀରେ ହରିୟାଣା ଜଳସେଚନ ବିଭାଗ ଏବଂ ପିଡବ୍ଲ୍ୟୁଡିର ଅଟ୍ଟାଳିକା ଅଛି, ଯେଉଁଠାରେ ଏହି ଲୋକଙ୍କୁ ରଖାଯାଇପାରିବ।

ଗତକାଲି ଦିଲ୍ଲୀ ସହ ହରିୟାଣାର ସବୁ ସୀମାକୁ କଡାକଡି ଭାବେ ସିଲ୍ କରିଛି । କଠୋର ସର୍ତ୍ତ ସହିତ କେବଳ ଆବଶ୍ୟକ ସେବାଗୁଡିକ ସୀମାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜୟ କହିଛନ୍ତି ଯେ ଦିଲ୍ଲୀରୁ ଆସୁଥିବା ଲୋକଙ୍କୁ କଡାକଡି ଯାଞ୍ଚ କରାଯିବ ।

ଗୃହମନ୍ତ୍ରୀ କହିଛନ୍ତି ଯେ ଝାଜ୍ଜର, ଗୁରୁଗ୍ରାମ, ପାନିପତ, ସୋନିପତରେ ଏହି କାରଣରୁ ଦିଲ୍ଲୀରୁ ସଂକ୍ରମଣ ବୃଦ୍ଧି ପାଇଛି । ଆବଶ୍ୟକ ହେଲେ ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରାଯିବ ବୋଲି ସେ କହିଛନ୍ତି । ତଥାପି, ଏହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ । ଅଳ୍ପ କିଛି ଜିଲ୍ଲା ବ୍ୟତୀତ ଅଧିକାଂଶ ଭାଗ ହେଉଛି ସମ୍ବେଦନଶୀଳ ଅଞ୍ଚଳ। ଏଥିରେ ସେ ଗୁରୁଗ୍ରାମ ଏବଂ ଫରିଦାବାଦ ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରିଥିଲେ।

ଫରିଦାବାଦ ଡେପୁଟି କମିଶନର ଯଶପାଲ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ସହର ସୀମା ଦେଇ ସମସ୍ତେ ଅନ୍ୟ ରାଜ୍ୟ ବିଶେଷ କରି ଦିଲ୍ଲୀ ଯାଇପାରିବେ ନାହିଁ । କେବଳ ଜରୁରୀ ସେବା ସହିତ ସଂପୃକ୍ତ ଲୋକମାନେ ସୀମା ଅତିକ୍ରମ କରି ଅନ୍ୟ ରାଜ୍ୟକୁ ଯାଇପାରିବେ। ସେମାନେ ମଧ୍ୟ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସୀମା ଅତିକ୍ରମ କରିବାକୁ ସକ୍ଷମ ହେବେ । କେବଳ ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ପୋଲିସ୍ ପ୍ରମୁଖ ସୀମା ପାର ହୋଇ ପାରିବେ।

ସରକାରୀ କର୍ମଚାରୀ ତଥା ସାଧାରଣ ଲୋକଙ୍କ ଦୈନିକ ପାଖ ରାଜ୍ୟ ତଥା ଜିଲ୍ଲା ଠାରୁ ଫରିଦାବାଦ ଅଭିମୁଖେ ଯାତ୍ରା ଉପରେ ଏକ ନିଷେଧାଦେଶ ଜାରି କରାଯାଇଛି। ଡାକ୍ତର, ପାରାମେଡିକାଲ୍ କର୍ମଚାରୀ, ପୋଲିସ୍ ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ପରିଚୟ ପତ୍ର ମାଧ୍ୟମରେ ଯାତ୍ରା କରିବାକୁ ଅନୁମତି ଦିଆଯିବ।

 

Comments are closed.