କରୋନା ଭୂତାଣୁ ନେଇପାରେ ୪.୫ କୋଟି ଲୋକଙ୍କ ଜୀବନ : ପ୍ରଫେସର ଓଲଙ୍ଗ

‘ସମାଜ’ପୋର୍ଟାଲ ଡେସ୍କ : ଚୀନର ଉହାନ ପ୍ରଦେଶରୁ ବିଶ୍ୱକୁ ବ୍ୟାପୀଥିବା ଘାତକ କରୋନା ଭୂତାଣୁ ବା ‘କୋବିଡ-୨୦୧୯’ ଏପର୍ଯ୍ୟନ୍ତ ୧,୧୧୦ ଲୋକଙ୍କ ଜୀବନ ନେଇ ସାରିଛି। ଏହି ଭୂତାଣୁ ସଂକ୍ରମଣ ଜନିତ ୪୪,୬୫୩ରୁ ଅଧିକ ଘଟଣା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ହଂକଂର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଦାବି କରିଛନ୍ତି ଯେ ଏହି ଭୂତାଣୁର ସଂକ୍ରମଣକୁ ଯଦି ରୋକା ନ ଯାଏ ତେବେ ଏହା ସାରା ବିଶ୍ୱର ୬୦ ପ୍ରତିଶତ ଲୋକଙ୍କ ଜୀବନ ନେବ।
ସାର୍ବଜନୀନ ସ୍ୱାସ୍ଥ୍ୟ ଚିକିତ୍ସାର ପ୍ରମୁଖ ପ୍ରଫେସର ଗେବ୍ରିିୟଲ ଓଲଙ୍ଗ କହିଛନ୍ତି ଯେ, ଯଦି କରୋନା ଭୂତାଣୁ ସଂକ୍ରମଣକୁ ରୋକିବାର ଉପାୟ ବିଫଳ ହୋଇଯାଏ ତେବେ ସାରା ବିଶ୍ୱର ୬୦ ପ୍ରତିଶତ ଲୋକ ଏହା କବଳରେ ପଡିବେ। ପ୍ରଫେସର ଓଲଙ୍ଗ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଏକ ପ୍ରତିଶତ ରହିଛି। ତେବେ ଏହା ବ୍ୟତୀତ ଏହି ଭୂତାଣୁ ଲକ୍ଷ ଲକ୍ଷ ଲୋକଙ୍କୁ ମାରି ଦେଇ ପାରେ।
ବିଶ୍ୱର ୬୦ ପ୍ରତିଶତ ଲୋକଙ୍କ ପାଇଁ ବିପଦ
ବର୍ତ୍ତମାନ ସମୟରେ ବିଶ୍ୱର ଜନସଂଖ୍ୟା ହେଉଛି ୭୦୦ କୋଟି। ସେହି ଅନୁସାରେ ପ୍ରଫେସର ଓଲଙ୍ଗ କହିଛନ୍ତି, ଏହା ୪.୫ କୋଟି ଲୋକଙ୍କ ଜୀବନ ନେଇ ପାରେ।

Image Courtesy: Amar ujala

ଯଦିଓ ଚୀନରେ ପ୍ରତିଦିନ ନୂଆ ନୂଆ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି, ଯାହା ବିଗତ ଆଠ ଦିନରେ ହ୍ରାସ ପାଇ ପାଞ୍ଚକୁ ଖସି ଆସିଛି। ତ’ର ଅର୍ଥ ଏହା ନୁହେଁ ଯେ, ଡିସେମ୍ବରରେ ବ୍ୟାପୀଥିବା ଏହି ଭୂତାଣୁ ନିଜର ଚରମ ସୀମାରେ ପହଞ୍ଚି ନାହିଁ, କିନ୍ତୁ ଏହି ମହାମାରୀକୁ ରୋକିବା ପାଇଁ ଗବେଷଣା ଓ ଚିକିତ୍ସାରେ ନିୟୋଜିତ ବୈଜ୍ଞାନିକମାନେ କହିଛନ୍ତି ଏହା ଏକ ଉତ୍ସାହ ଜନକ ସଙ୍କେତ।
ତେବେ କରୋନା ଭୂତାଣୁ ସଂପର୍କରେ ଗବେଷଣା କରୁଥିବା ଭୂତାଣୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ଯେ, ଏ ସଂପର୍କୀତ ମାମଲା ବୃଦ୍ଧି ଜାରି ରହିବ। ସେହିପରି ବର୍ତ୍ତମାନ ପ୍ରଭାବିତଙ୍କ ସଂଖ୍ୟା ଯାହା କୁହାଯାଉଛି ତାହା ବାସ୍ତବରେ ବହୁତ ଅଧିକ ହେବ କାରଣ ହଜାର ହଜାର ରୋଗୀଙ୍କଠାରେ କେବଳ ପ୍ରାଥମିକ ସଂକ୍ରମଣ ଲକ୍ଷଣ ରହିଛି।
ଡବ୍ଲୁଏଚଓ ଦେଲା ନୂଆ ନାମ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( ଡବ୍ଲୁଏଚଓ) ଘାତକ କରୋନା ଭୂତାଣକୁ ସରକାରୀ ଭାବେ ‘କୋବିଡ-୧୯’ ନାମରେ ନାମିତ କରିଛି। ଏହି ଭୂତାଣକୁ ପ୍ରଥମେ ୨୦୧୯ ମସିହା ଡିସେମ୍ବର ୩୧ ତାରିଖରେ ଚିହ୍ନଟ କରାଯାଇଥିଲା। ତେବେ ଏହି ନାମର ବ୍ୟାଖ୍ୟା କରି ଡବ୍ଲୁଏଚଓ କହିଛି, ‘କୋ’ ଅର୍ଥାତ କୋରୋନା, ‘ବି’ ଅର୍ଥାତ ଭାଇରସ ବା ଭୂତାଣ ଏବଂ ‘ଡି’ ଅର୍ଥାତ ରୋଗ।
ଚୀନ ସମେତ ବିଶ୍ୱକୁ ବଡ଼ ବିପଦ

Image Courtesy: Amar ujala

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ମୁଖ୍ୟ ତେଦରୋସ ଅଦହାନୋମ ର୍ଗେବ୍ରେୟେସେନ କହିଛନ୍ତି ଯେ ଏହି ଭୂତାଣ ସଂକ୍ରମଣରେ ୯୯ ପ୍ରତିଶତ ପ୍ରଭାବିତ ଚୀନରେ ଅଛନ୍ତି। କିନ୍ତୁ ଏହା ସମଗ୍ର ବିଶ୍ୱ ପାଇଁ ହେଉଛି ବଡ଼ ବିପଦ। ଯଦି ବିଶ୍ୱର କୌଣସି ଦେଶ ଏ ନେଇ ଗବେଷଣା କରି ସଫଳତା ପାଇଛନ୍ତି ବା ସେ ଦିଗରେ ନିକଟତର ହୋଇଛନ୍ତି ତେବେ ସେ ବିଷୟରେ ଅବଗତ କରାଇବା ପାଇଁ ଡବ୍ଲୁଏଚଓର ମୁଖ୍ୟ ନିବେଦନ କରିଛନ୍ତି।

Comments are closed.