ବଲିଉଡ ଉପରେ କରୋନା ପ୍ରଭାବ : ଧର୍ମା ପ୍ରଡକସନ୍ ବନ୍ଦ କଲେ କରଣ ଜୋହର

ମୁମ୍ବଇ : ବଲିଉଡ ଇଣ୍ଡଷ୍ଟ୍ରିରେ କରୋନା ଭୂତାଣୁ(ଭାଇରସ୍) ତାର ପ୍ରଭାବ ପକାଇବା ଆରମ୍ଭ କରି ଦେଇଛି। ପ୍ରଡ୍ୟୁସର ଆସୋସିଏସନ୍ (ଇମ୍ପା), ୱେଷ୍ଟର୍ନ ଇଣ୍ଡିଆ ଫିଲ୍ମ ପ୍ରଡ୍ୟୁସରର୍ସ ଆସୋସିଏସନ୍(ଡବ୍ଲୁଏଫପିଏ), ଇଣ୍ଡିଆନ୍ ଫିଲ୍ମ ଏବଂ ଟିଭି ପ୍ରଡ୍ୟୁସର କାଉନସିଲ୍ (ଆଇଏଫଟିପିସି), ଇଣ୍ଡିଆନ୍ ଫିଲ୍ମ ଏବଂ ଟିଭି ନିର୍ଦ୍ଦେଶକ ସଂଘ (ଆଇଏଫଟିଡ଼ିଏ) ଏବଂ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (ଏଫଡବ୍ଲୁଆଇସିଇ)ଙ୍କ ସମେତ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ନିଜର ଧର୍ମା ପ୍ରଡକସନ୍ ହାଉସକୁ କିଛି ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ କରଣ ଜୋହରଙ୍କ ଧର୍ମା ପ୍ରଡକସନ୍ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି।
ସେ ଏହି ନୋଟରେ ଲେଖିଛନ୍ତି ଯେ, ଭାରତ ସମେତ ସମଗ୍ର ବିଶ୍ୱରେ କୋଭିଡ-୧୯ର ଭାଇରସକୁ ଦୃଷ୍ଟିରେ ରଖି ଧର୍ମା ପ୍ରଡ଼କସନ୍ ଏବଂ ଏହାର ୟୁନିଟ୍ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ବାତିଲ କରି ଦେଇଛନ୍ତି। ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।


ଏହାପୂର୍ବରୁ ରବିବାର ଭାରତୀୟ ଚଳଚ୍ଚିତ୍ର ଏବଂ ଟିଭି ନିର୍ଦ୍ଦେଶକ ସଂଘ(ଆଇଏଫଟିଡ଼ିଏ), ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (ଏଫଡବ୍ଲୁଆଇସିଇ) ଭାରତୀୟ ଚଳଚ୍ଚିତ୍ର ଏବଂ ଟିଭି ଉତ୍ପାଦକ ପରିଷଦ (ଆଇଏଫଟିପିସି), ପ୍ରଡ୍ୟୁସର ଆସୋସିଏସନ୍ (ଇମ୍ପା) ଏବଂ ୱେଷ୍ଟର୍ଣ୍ଣ ଇଣ୍ଡିଆ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ୍ (ଡବ୍ଲୁଏଫପିଏ)ର ସଦସ୍ୟମାନେ ମଧ୍ୟ ଏକ ବୈଠକ କରି ମାର୍ଚ୍ଚ ୧୯ରୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।


ଉଲ୍ଲେଖ ଯୋଗ୍ୟ, ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳୁଛି। ଏହି ଭୂତାଣୁ ହେତୁ ମନୋରଞ୍ଜନ ଜଗତ ବହୁତ ପ୍ରଭାବିତ ହୋଇଛି। ଓଲିଉଡ ଠାରୁ ଆରମ୍ଭ କରି ବଲିଉଡ ପର୍ୟ୍ୟନ୍ତ ଅନେକ ଚଳଚ୍ଚିତ୍ରର ରିଲିଜକୁ ବାତିଲ କରିଦିଆଯାଇଛି। ମହାରାଷ୍ଟ୍ରରେ ସିନେମା ହଲ, ବିଦ୍ୟାଳୟ, ଥିଏଟର, ସପିଂ ମଲ୍ ଏବଂ କ୍ରୀଡା ବିଦ୍ୟାଳୟ ଏହାକୁ ବନ୍ଦ କରି ଦିଆଯାଇଛି। ଏହି ଭାଇରସ୍ ଯୋଗୁଁ ଅନେକ କଳାକାର ମଧ୍ୟ ସେମାନଙ୍କର କାର୍ୟ୍ୟକ୍ରମକୁ ବାତିଲ କରିଛନ୍ତି।
କରୋନା ଭାଇରସ ଯୋଗୁଁ ସଲମାନ ଖାନ ଆମେରିକାରେ ଏକ କନସର୍ଟ ବାତିଲ କରିଛନ୍ତି। କନସର୍ଟ ଯାତ୍ରା ୧୦ଦିନ ପାଇଁ ଥିଲା। ଏଥି ସହିତ ଅଭିନେତା ହ୍ରିତିକ ରୋଶନଙ୍କ ନଅ ଦିନିଆ କନସର୍ଟ ମଧ୍ୟ ଆମେରିକାରେ ବାତିଲ କରାଯାଇଛି। କରୋନା ଭାଇରସ୍ କାରଣରୁ ସୁର୍ୟ୍ୟବଂଶୀ ଫିଲ୍ମର ରିଲିଜକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ଫିଲ୍ମ ପ୍ରଥମେ ୨୪ମାର୍ଚ୍ଚରେ ମୁକ୍ତିଲାଭ କରିବାର ଥିଲା।
ଏଥି ସହିତ ଏପ୍ରିଲରେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ ଜେମ୍ସ ବଣ୍ଡର ସିକ୍ୱେଲ ନୋ ଟାଇମ୍ ଟୁ ଡାଏ୍  ରିଲିଜକୁ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ୩ ଏପ୍ରିଲରେ ମୁକ୍ତିଲାଭ କରିବାକୁ ଥିବା ଫିଲ୍ମ ’ଦି ନ୍ୟୁ ମ୍ୟୁଟାଣ୍ଟ’ର ରିଲିଜ ତାରିଖ ମଧ୍ୟ ସ୍ଥଗିତ ରଖାଯାଇଛି। ଏଥି ସହିତ ଫିଲ୍ମର ନୂଆ ରିଲିଜ୍ ତାରିଖ ଏପର୍ୟ୍ୟନ୍ତ ଜଣାପଡିନାହିଁ। ଏମାନଙ୍କ ବ୍ୟତୀତ ଅନେକ ଚଳଚ୍ଚିତ୍ର ଏବଂ କାର୍ୟ୍ୟକ୍ରମ ଅଛି ଯାହାକୁ କରୋନା ଭୂତାଣୁ କାରଣରୁ ବାତିଲ କରିବାକୁ ପଡିବ।

Comments are closed.