ଜାତୀୟ ହାର ତୁଳନାରେ ୧୪ ରାଜ୍ୟରେ କରୋନା ସଂକ୍ରମଣ ଅଧିକ

ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଜାତୀୟ ସ୍ଥରରେ ସଂକ୍ରମଣ ହାରଠାରୁ ଅଧିକ ରହିଥିବା ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏବେ ଦେଶରେ ସାମଗ୍ରିକ ସଂକ୍ରମଣ ହାର ୭.୮୧ ପ୍ରତିଶତ ରହିଥିବା ବେଳେ ଦୈନିକ ସଂକ୍ରମଣ ହାର ୩.୮ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟୁଇଟ୍ କରି କହିଛି ଯେ ଜାତୀୟ ହାର ତୁଳନାରେ ଯେଉଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଅଧିକ ସଂକ୍ରମଣ ହାର ରହିଛି, ସେ କ୍ଷେତ୍ରରେ ବ୍ୟାପକ ପରୀକ୍ଷଣର ଆବଶ୍ୟକତାକୁ ରହିଛି।

୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ସଂକ୍ରମଣ ହାର ଜାତୀୟ ହାର ଠାରୁ ଅଧିକ ରହିଛି। ମହାରାଷ୍ଟ୍ରରେ ସଂକ୍ରମଣ ହାର ୨୦.୪, ପୁଦୁଚେରୀରେ ୧୮.୨, କେରଳରେ ୧୭.୮ ଏବଂ ନାଗାଲାଣ୍ଡରେ ୧୫.୩ ପ୍ରତିଶତ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସମୟାନୁବର୍ତ୍ତୀ ଚିହ୍ନଟ, ସଙ୍ଗରୋଧ ଏବଂ ପ୍ରଭାବଶାଳୀ ଚିକିତ୍ସା କରୋନା ସଂକ୍ରମଣ ହାରକୁ କମ୍ କରିଥାଏ। ଦିଲ୍ଲୀରେ ପ୍ରତି ୧୦ ଲକ୍ଷରେ ନମୁନା ପରୀକ୍ଷା ସଂଖ୍ୟା ଦୁଇ ଲକ୍ଷ ୨୪ ହଜାରରୁ ଅଧିକ ରହିଥିବା ବେଳେ ଗୋଆରେ ଦୁଇ ଲକ୍ଷରୁ ଅଧିକ ଏବଂ ଲଦାଖରେ ସେହି ସଂଖ୍ୟା ଏକ ଲକ୍ଷ ୮୬ ହଜାର ରହିଥିବା ଜଣାପଡିଛି।

Comments are closed.