୧୦ ରାଜ୍ୟରେ କରୋନା ସଂକ୍ରମଣ ସର୍ବାଧିକ

ଦେଶରେ ହୋଇଥିବା ନୂଆ କୋଭିଡ୍‍ ସଂକ୍ରମଣର ୭୯ ପ୍ରତିଶତ କେବଳ ୧୦ଟି ରାଜ୍ୟରେ ହୋଇଥିବାର ଜଣାପଡିଛି। ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ଛତିଶଗଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ଗୁଜୁରାଟ, ତାମିଲନାଡୁ ଏବଂ ରାଜସ୍ଥାନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଦୈନିକ ସର୍ବାଧିକ ୬୩ ହଜାର ୭୨୯ ଜଣ ସଂକ୍ରମିତ ହେଉଥିବା ବେଳେ ଉତ୍ତରପ୍ରଦେଶରେ ଦୈନିକ ୨୭ ହଜାରରୁ ଊର୍ଦ୍ଧ୍ବ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ଦିଲ୍ଲୀରେ ୧୯ ହଜାର ୪୮୬ ନୂଆ ସଂକ୍ରମଣ ହେଉଥିବାର ଜଣାପଡିଛି।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ, କର୍ଣ୍ଣାଟକ ଓ କେରଳରେ ଦେଶର ମୋଟ୍‍ ସକ୍ରିୟ ମାମଲାର ୪୫ ପ୍ରତିଶତ ରହିଥିବା ଜଣାପଡିଛି। କେବଳ ମହାରାଷ୍ଟ୍ରରେ ୩୮% ସକ୍ରିୟ କରୋନା ରୋଗୀ ରହିଥିବାର କୁହାଯାଇଛି। ଗତ ୩୬ ଘଣ୍ଟା ଭିତରେ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜଣେହେଲେ କେହି କରୋନାରେ ପ୍ରାଣ ହରାଇ ନାହାନ୍ତି। ସେଗୁଡିକ ହେଉଛି ଲଦାଖ, ଦାଦ୍ରା ଓ ନଗରହାବେଳି, ଦାମନ୍‍ଡିଉ, ତ୍ରିପୁରା, ସିକିମ୍‍, ମିଜୋରାମ, ମଣିପୁର, ଲକ୍ଷାଦୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ।

Comments are closed.