ଉତ୍ତରାଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ କରୋନା ପଜିଟିଭ୍, ପୁଅ ଓ ବୋହୂଙ୍କ ସମେତ ୨୨ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ

ଡେରାଡୁନ୍ : ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ୍ ମହାରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ସତପାଲ୍ ମହାରାଜଙ୍କ ପୁଅ ଓ ବୋହୂଙ୍କ ସମେତ ୨୨ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଉତ୍ପଲ କୁମାର ସିଂ ସୂଚନା ଦେଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ସତପାଲ୍ ମହାରାଜ କରୋନା ଆକ୍ରାନ୍ତ ଚିହ୍ନଟ ହେବାପୂର୍ବରୁ ଶନିବାର ତାଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ପୂର୍ବତନ ମନ୍ତ୍ରୀ ଅମୃତା ରାୱତ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।


କ୍ୟାବିନେଟ ମନ୍ତ୍ରୀ ସତପାଲ୍ ମହାରାଜ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ରାଜ୍ୟରେ ଉଚ୍ଚସ୍ତରୀୟ ବୈଠକ କରାଯାଇଛି । କାରଣ କ୍ୟାବିନେଟ୍ ମନ୍ତ୍ରୀ ସତପାଲ୍ ମହାରାଜ ଶୁକ୍ରବାର ସଚିବାଳୟରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଯୋଗଦେଇଥିଲେ । ଯେଉଁବୈଠକରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମଧ୍ୟ ଉପସ୍ଥିତ ଥିଲେ । ସତପାଲ୍ କରୋନା ସଂକ୍ରମିତ ହେବା ପରେ ଏବେ ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରାଯାଇପାରେ । ପ୍ରୋଟୋକଲ ଅନୁସାରେ ଏପରି କରାଯିବ । ଏପରିକି ସମସ୍ତ ମନ୍ତ୍ରୀ ଓ ଅଫିସରଙ୍କ ରକ୍ତ ନମୂନା ମଧ୍ୟ ଟେଷ୍ଟ୍ ପାଇଁ ପଠାଯିବ ।

 

Comments are closed.