କରୋନା ଭାଇରସ୍ : ଚୀନର ଏହି ସହରରେ କୁକୁର-ବିଲେଇ ମାଂସ ଖାଇବା ଉପରେ କଟକଣା

ବେଜିଂ : ଚୀନର ଶେନଜେନ୍ ସହରରେ କୁକୁର ଏବଂ ବିଲେଇର ମାଂସ ଖାଇବା ଉପରେ କଟକଣା ଜାରି ହୋଇଛି। କରୋନା ଭୂତାଣୁ(ଭାଇରସ)ର ପ୍ରସାରକୁ ରୋକିବା ପାଇଁ ଏସବୁ କରାଯାଉଛି ବୋଲି ସ୍ଥାନୀୟ ପ୍ରଶାସନ କହିଛି। ଚାଇନାରେ ଶେନଜେନ୍ ହେଉଛି ପ୍ରଥମ ସହର ଯେଉଁଠାରେ ଏହି ଆଦେଶ କାର୍ଯ୍ୟକାରୀ ହୋଇଛି। ଏହା ପୂର୍ବରୁ ଚୀନ୍ ସରକାର ବଣୁଆ ଜନ୍ତୁର ମାଂସ ଖାଇବାକୁ ବାରଣ କରିଥିଲେ। ଏବେ ଶେନଜେନରେ କୁକୁର ଏବଂ ବିଲେଇ ମାଂସ ବିକ୍ରି କରିବା ଏବଂ ଖାଇବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ଅନେକ ସଂଗଠନ ଶେନଜେନ୍ ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ତେବେ ଚୀନର ଅନେକ ଅଞ୍ଚଳରେ କୁକୁର ଏବଂ ବିଲେଇ ମାଂସ ଏବେବି ଖାଦ୍ୟ ଭାବେ ବ୍ୟବହୃତ ହେଉଥିବା ଜଣାପଡ଼ିଛି।
ଏକ ଆନ୍ତର୍ଜାତୀୟ ସଂସ୍ଥା ରିପୋର୍ଟ ଅନୁଯାୟୀ, କେବଳ ଏସିଆରେ ମାଂସ ପାଇଁ ପ୍ରତିବର୍ଷ ୩୦ ନିୟୁତ କୁକୁରଙ୍କୁ ହତ୍ୟା କରାଯାଇଥାଏ।

Comments are closed.