କରୋନାରେ ପ୍ରାଣ ହରାଇଲେ ଆଉ ଜଣେ କରୋନା ଯୋଦ୍ଧା ପୁଲିସ କର୍ମଚାରୀ, ଥାନା ପରିସରରେ ଦିଆଗଲା ଶେଷ ସମ୍ମାନ

ଫୁଲବାଣୀ/ବାଲିଗୁଡ଼ା: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଆଜି ପୁଣି ଜଣେ କରୋନା ଯୋଦ୍ଧା ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ସେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନାରେ କନେଷ୍ଟବଲ ଭାବେ କାର୍ଯ୍ୟରତ ଥିବା ବାଳି କହଁର(୫୩) ବୋଲି ଜଣାପଡିଛି। ଗତ ମାସ ୨୦ ତାରିଖରେ ସେ କୋଭିଡରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ବିଶମକଟକ ଖ୍ରୀଷ୍ଟିୟାନ ହସପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିଲା। ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। କନ୍ଧମାଳ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ତାଙ୍କର ପାର୍ଥିବ ଶରୀରକୁ ବାଲିଗୁଡା ଥାନାକୁ ଅଣାଯିବାପରେ ସେଠାରେ ତାଙ୍କୁ କୋଭିଡ ଯୋଦ୍ଧା ଭାବରେ ଶେଷ ସମ୍ମାନ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ତାଙ୍କ ପରିବାର ଲୋକଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏହି ଅବସରରେ ସେଠାରେ କନ୍ଧମାଳ ଏସ୍‍ପି ଭିନିତ୍‍ ଅଗ୍ରୱାଲା, ବାଲିଗୁଡା ଉପ-ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ରଙ୍କ ସମେତ ସ୍ୱର୍ଗତ ବାଳି କହଁରଙ୍କ ପରିବାର ଓ ବାଲିଗୁଡ଼ା ଏସ୍‍ଡ଼ିପିଓ ମାନସ ରଂଜନ ବାରିକ, ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ ବେହେରା, ରିଜର୍ଭ ଇନ୍‍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ପରେ କୋଭିଡ ନିୟମ ପ୍ରକାରେ ବାଲିଗୁଡ଼ା ଠାରୁ ୪ କିଲୋମିଟର ଦୂର ବ୍ଳଦୁ ସସ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ସ୍ୱର୍ଗତ ବାଳି କହଁରଙ୍କ ଘର ବୌଦ୍ଧ ଜିଲ୍ଲା ଗମ୍ଭାରିପଡାରେ। ୦୧.୦୧.୧୯୬୭ ମସିହାରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ କହଁର ଗତ ୧୯୮୬ ମସିହାରେ ସେ କନ୍ଧମାଳ ଜିଲା ପୁଲିସରେ କନେଷ୍ଟବଳ ଭାବେ ଯୋଗଦେଇ ଜିଲାର ବିଭିନ୍ନ ଥାନାରେ ସେ କାର୍ଯ୍ୟକରିଛନ୍ତି। ଆଜି ତାଙ୍କର ଦେହାନ୍ତ ହୋଇତିବା ବେଳେ ସେ ଦାରିଙ୍ଗବାଡ଼ି କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ସେହାନ୍ତରେ ତାଙ୍କ ପରିବାର, ବନ୍ଧୁବର୍ଗ ସମେତ ପୁଲିସ ବିଭାଗର ତାଙ୍କର ସହକର୍ମି ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ତେବେ କନ୍ଧମାଳ ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ କୋଭିଡ଼୍‍ ଯୋଦ୍ଧାଙ୍କର କରୋନା ସଂକ୍ରମଣ ଯୋଗୁଁ ଦେହାନ୍ତ ଘଟିଥିବା ବେଳେ ସମସ୍ତେ ପୁଲିସ୍‍ କର୍ମଚାରୀ ଥିଲେ। ସେହିମାନଙ୍କ ମଧ୍ୟରୁ ଜଣେ ଟିକାବାଲି ଥାନାର ଏଏସ୍‍ଆଇ ଓ ଅନ୍ୟଜଣେ ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡ଼ା ଫାଣ୍ଡିର ଏଏସ୍‍ଆଇ ଓ ଅନ୍ୟଜଣେ କନେଷ୍ଟବଲ୍‍ ଥିବା ଉନେଶ ନାୟକ ଯିଏକି ଦାରିଙ୍ଗବାଡ଼ି କୋର୍ଟରେ ହିଁ ଶେଷ ପୋଷ୍ଟିଭାବେ କାର୍ଯ୍ୟକରିଥିଲେ।

Comments are closed.