ମୃତ୍ୟୁ ପରେ ବି କରୋନା ଯୋଦ୍ଧାଙ୍କୁ ମିଳିଲାନି ସମ୍ମାନ; ହସ୍ପିଟାଲ ବାହାରେ ପଡ଼ିରହିଲା ଏଏସଆଇଙ୍କ ମରଶରୀର

ଗଞ୍ଜାମ: କରୋନା ବିରୋଧରେ ସାରା ବିଶ୍ଵ ଲଢ଼େଇ କରୁଛି। ଏହି ଯୁଦ୍ଧରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୁଲିସ କର୍ମଚାରୀ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ଲୋକଙ୍କୁ ମହାମାରୀ ସଙ୍କଟରୁ ଉଦ୍ଧାର କରିବା ଲାଗି ସେମାନେ ଦିନରାତି ଏକ କରି କାମ କରୁଛନ୍ତି। କିନ୍ତୁ ଜଣେ କରୋନା ଯୋଦ୍ଧାଙ୍କୁ ମୃତ୍ୟୁ ପରେ ବି ମିଳିନି ସମ୍ମାନ। ହସ୍ପିଟାଲ ବାହାରେ ତାଙ୍କ ମରଶରୀର ପଡ଼ି ରହିଥିଲେ ହେଁ କେହି ତାହାକୁ ଛୁଇଁଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାରେ।

ସୂଚନା ଅନୁସାରେ, ଜିଲାର ଜଣେ ଏଏସଆଇଙ୍କୁ ୪ ଦିନ ତଳେ କାଶ, ଥଣ୍ଡା ହେବାରୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। କରୋନାରେ ଏଏସଆଇଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ଭୟରେ ତାଙ୍କ ମୃତଦେହକୁ କେହି ଛୁଉଁନାହାନ୍ତି। ହସ୍ପିଟାଲ ବାହାରେ ମରଶରୀର ପଡ଼ିଥିଲେ ମଧ୍ୟ କୌଣସି ସ୍ବାସ୍ଥ୍ୟ କର୍ମୀ କି ସ୍ଥାନୀୟ ଲୋକେ କେହି ପାଖ ମାଡୁ ନ ଥିବା ଅଭିଯୋଗ ହୋଇଛି।

Comments are closed.