କରୋନା ରାଉଣ୍ଡଅପ୍ : ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ଟପିଲା, ଜାପାନରେ ସୁମୋ ପହିଲମାନଙ୍କ ମୃତ୍ୟୁ

ସମାଜ ପୋର୍ଟାଲ ଡେସ୍କ : ସାରା ବିଶ୍ବରେ କରୋନା ମହାମାରୀର ପ୍ରଭାବ ଜାରି ରହିଛି। କ୍ରମାଗତ ଭାବେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଭୂତାଣୁରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨ଲକ୍ଷ ୯୪ ହଜାରରୁ ଅଧିକ ଏବଂ ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ୭୪ ହଜାରରୁ ଅଧିକ ହୋଇଛି। ୧୬ ଲକ୍ଷ୨୨ ହଜାରୁ ଅଧିକ ଲୋକ କରୋନାକୁ ପରାସ୍ତ କରି ଆରୋଗ୍ୟ ଲାଭ କରିଛନ୍ତି । ବିଶ୍ବର ସବୁଠାରୁ ଅଧିକ ପ୍ରଭାବିତ ଦେଶ ଆମେରିକାର ମୃତ୍ୟୁ ସଂଖ୍ୟା ୮୩ ହଜାର ଅତିକ୍ରମ କରିଛି ଏବଂ ୧୪,୧୧,୦୧୮ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।

ଜାପାନରେ କରୋନା ଜୀବାଣୁ ଯୋଗୁଁ ସୁମୋ ପହିଲମାନଙ୍କର ମୃତ୍ୟୁ ଘଟିଛି

-ଜାପାନର ଜଣେ ୨୮ ବର୍ଷ ବୟସ୍କ  ସୁମୋ ପହିଲମାନ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏବଂ ଏକାଧିକ ଅଙ୍ଗ କାର୍ଯ୍ୟକ୍ଷମ ନହେବାରୁ ବୁଧବାର ତାଙ୍କର ମୃତ୍ୟୁ ଘଟିଛି।

-ଟୋକିଓର ଟାକାଦାଗାୱା ଦଳର ସମ୍ପୃକ୍ତ ପହିଲମାନ ସୋବୁଶିଙ୍କର ଏକ ମାସ ଧରି ଏହି ରୋଗ ସହ ଲଢିବା ପରେ ବୁଧବାର ସକାଳେ ଦେହାନ୍ତ ହୋଇଛି।

କୋଭିଡ -୧୯ କାରଣରୁ ଜଣେ ପହିଲମାନଙ୍କର ମୃତ୍ୟୁ ହେଉଛି ଏହା ପ୍ରଥମ ଘଟଣା।

-ଜାପାନ ସୁମୋ ଆସୋସିଏସନ କହିଛି ଯେ ଏପ୍ରିଲ ୪-୫ରେ ଏହି ପହିଲମାନଙ୍କୁ ଜ୍ୱର ହୋଇଥିଲା, କିନ୍ତୁ ଫୋନ୍ ବ୍ୟସ୍ତ ଥିବାରୁ ସେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିଲା ନାହିଁ।

-କେବଳ ଏତିକି ନୁହେଁ ଅନେକ ଡାକ୍ତରଖାନା ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ଶେଷରେ ଯେତେବେଳେ ତାଙ୍କର କାଶ ରକ୍ତ ପଡିବାକୁ ଲାଗିଲା, ସେତେବେଳେ ତାଙ୍କୁ ଏପ୍ରିଲ ୮ରେ ଟୋକିଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

-କରୋନା ଭୂତାଣୁ ପାଇଁ ତାଙ୍କର ପ୍ରାରମ୍ଭିକ ପରୀକ୍ଷା ନେଗେଟିଭ୍ ଥିଲା କିନ୍ତୁ ଯେତେବେଳେ ତାଙ୍କୁ ଅନ୍ୟ ଡାକ୍ତରଖାନା ନିଆଯାଇଥିଲା, ଏପ୍ରିଲ୍ ୧୦ରେ, ତାଙ୍କର ନମୁନା ପଜିଟିଭ୍ ଆସିଥିଲା।

ପାକିସ୍ତାନରେ ୨୦୦୦ ନୂତନ ସଂକ୍ରମିତ ମାମଲା,ସଂକ୍ରମିତଙ୍କ ସଂଖ୍ୟା ୩୪,୦୦୦ ଟପିଲା

-ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୨୦୦୦ରୁ ଅଧିକ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି।

-ଏହା ପରେ ପାକିସ୍ତାନରେ ସଂକ୍ରମିତଙ୍କ ମୋଟ ସଂଖ୍ୟା ୩୪,୦୦୦ ଅତିକ୍ରମ କରିଥିବାବେଳେ ଆଉ ୩୧ ଜଣଙ୍କର ମୃତ୍ୟୁ ଘଟିଛି, ମୋଟ୍ ମୃତକଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି।

ନ୍ୟୁଜିଲ୍ୟାଣ୍ଡରେ ଦ୍ୱିତୀୟ ଦିନ ପାଇଁ କୌଣସି ନୂଆ ମାମଲା ନାହିଁ

-କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୁଧବାର ନ୍ୟୁଜିଲ୍ୟାଣ୍ଡରେ କରୋନା ଭୂତାଣୁ ସଂକ୍ରମଣର କୌଣସି ନୂଆ ମାମଲା ଆସିନାହିଁ ।

-ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ ଏଶଲେ ବ୍ଲୁମଫିଲ୍ଡ କହିଛନ୍ତି, ଯେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଅନେକ ଲକଡାଉନ୍ ପ୍ରତିବନ୍ଧକକୁ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ କୋହଳ କରିବାକୁ ପଡିବ।

-ଦେଶରେ ମଲ୍, ହୋଲସେଲ ଦୋକାନ ଏବଂ ରେଷ୍ଟୁରାଣ୍ଟ ଖୋଲାଯାଉଛି, କିନ୍ତୁ ଲୋକଙ୍କୁ ସାମାଜିକ ଦୂରତା ନିୟମ ପାଳନ କରିବାକୁ ପଡିବ ଏବଂ ଗୋଟିଏ ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରିବାକୁ ପଡିବ।

-ଏହା ଏକ ସଂଯୋଗ ଯେ, ଯେଉଁ ଦିନ ଦେଶରେ କଟକଣାକୁ କୋହଳ ଦିଆଯାଉଛି ସେହି ଦିନ ସରକାର ବାର୍ଷିକ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି।

ଚୀନରେ ୧୫ ଟି ନୂଆ ମାମଲା, ୱୁହାନରେ ୧.୧ କୋଟି ଲୋକଙ୍କ ଯାଞ୍ଚ କରାଯିବ

-ଚୀନରେ କୋଭିଡ -୧୯ ର ୧୫ଟି ନୂଆ ମାମଲା ସାମ୍ନାକୁ ଆସିଛି, ସେଥିମଧ୍ୟରୁ ଆଠଟିରେ ସଂକ୍ରମଣର ଲକ୍ଷଣ ନାହିଁ।

-ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ୱୁହାନରେ ସଂକ୍ରମଣର କୌଣସି ନୂଆ ମାମଲା ନାହିଁ, କିନ୍ତୁ ଏଠାରେ ଥିବା ୧.୧ କୋଟି ଲୋକଙ୍କ କୋଭିଡ -୧୯ ପରୀକ୍ଷା କରାଯିବ।

-ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ ଅନୁଯାୟୀ ମଙ୍ଗଳବାର ଦିନ ସାତୋଟି ନୂଆ ମାମଲା ଆସିଥିବା ବେଳେ ସେଥିମଧ୍ୟରୁ ଜଣେ ରୋଗୀ ବାହାରୁ ଆସିଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହୋଇଥିଲେ। କୌଣସି ଲକ୍ଷଣ ନଥିବା ୮ଜଣ ସଂକ୍ରମିତ ରୋଗୀକୁ ମିଶାଇ ମୋଟ୍ ରୋଗୀଙ୍କ ସଂଖ୍ୟା ୭୫୦ରେ ପହଞ୍ଚିଲା।

-ମଙ୍ଗଳବାର ଦିନ ହୁବେଇ ପ୍ରଦେଶ ଏବଂ ଏହାର ରାଜଧାନୀ ୱୁହାନରେ କୌଣସି ନୂଆ ମାମଲା ଆସି ନାହିଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। କିନ୍ତୁ ୱୁହାନରେ ୫୯୮ ଜଟିଳ ସଂକ୍ରମଣ ଅଛି। ବର୍ତ୍ତମାନ ଏଠାକାର ସମସ୍ତ ଲୋକଙ୍କୁ ଦଶ ଦିନ ମଧ୍ୟରେ ଏଠାରେ ପରୀକ୍ଷା କରାଯିବ।

Comments are closed.