ଖୁବ ଶୀଘ୍ର କରୋନା ମହାମାରୀର ହେବ ଅନ୍ତ – ଆମେରିକୀୟ ବିଶେଷଜ୍ଞ

ନୂଆଦିଲ୍ଲୀ – ଖୁବଶୀଘ୍ର କରୋନା ମହାମାରୀର ଅନ୍ତ ହେବ ବୋଲି ଆମେରିକାର ବିଶେଷଜ୍ଞ ଦାବି କରିଛନ୍ତି । ଭାଇରୋଲଜିଷ୍ଟ ଡାକ୍ତର କୁତୁବ ମହମ୍ମୁଦଙ୍କ ଅନୁସାରେ ଭୁତାଣୁର ଅନେକ ପ୍ରକରଣ ଆସିଲାଣି । ମଣିଷ ମଧ୍ୟ ଏଥିରେ କିପରି ଚଳିବାକୁ ହୁଏ ଶିଖି ସାରିଲାଣି । ମଣିଷ ଏବେ ଏହି ଭୁତାଣୁକୁ ପ୍ରତିହତ କରିଦେବ ବୋଲି ସେ ଆଶା କରିଛନ୍ତି । କରୋନାର ନୂଆ ପ୍ରକରଣ ଓମିକ୍ରନ ଯୋଗୁଁ ସାରା ବିଶ୍ୱରେ ଏବେ ସଂକ୍ରମଣ ସଂଖ୍ୟ ବୃଦ୍ଧି ପାଇଛି । ଏଥିପାଇଁ ଲକ୍‌ଡାଉନ୍‌ସହ ଅନେକ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି ।

ମହମ୍ମୁଦଙ୍କ ଅନୁସାରେ ମହାମାରୀ ଅନେକ ବର୍ଷ ଧରି ଚାଲେ ନାହିଁ । ଏହାର ଅନ୍ତ ଘଟେ ବୋଲି ସେ କହିଛନ୍ତି । ଖୁବ ଶୀଘ୍ର ଏହାର ଅନ୍ତ ହେବ ଏବଂ ଲୋକଙ୍କୁ ଫେସ୍‌ ମାସ୍କରୁ ନିସ୍ତାର ମିଳିବ ବୋଲି ସେ କହିଛନ୍ତି । ପୁଣି ମାନବ ସମାଜ ଆଗକୁ ବଢିବ ବୋଲି ସେ ସୂଚନା ଦେଇଛନ୍ତି । ଭାରତରେ କରୋନା ଟିକା କରଣକୁ ଏକ ବର୍ଷ ପୂରଣ ହୋଇଛି । ଦେଶରେ ୧୫୬ କୋଟି ଟିକା କରଣ ସମ୍ପୂର୍ଣ୍ଣ ହୋଇସାରିଲାଣି ।। କରୋନାକୁ ପ୍ରତିହତ କରିବା ପାଇଁ ଟିକା ଅମୋଘ ଅସ୍ତ୍ର ବୋଲି ସେ କହିଛନ୍ତି । ଟିକା ସହ ଆଣ୍ଟି ଭାଇରାଲ୍‌ ଏବଂ ଆଣ୍ଟିବଡି କରୋନାକୁ ପ୍ରତିହତ କରିବା ପାଇଁ ବେଶ୍‌ ଉପାଦେୟବୋଲି ସେ ପ୍ରକାଶ କରିଛନ୍ତି । ଭାରତରେ ବିକାଶ କରାଯାଇଥିବା ଟିକା ବେଶ୍‌ ପ୍ରଭାବଶାଳୀ ବୋଲି କହିଛନ୍ତି ।

Comments are closed.