କରୋନା ଅପଡେଟ୍ : ସଂକ୍ରମିତଙ୍କ ସଂଖ୍ୟା ୮୧କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ(ଭାଇରସ୍)ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି। ଦେଶରେ ୬୪ଜଣ ଭାରତୀୟଙ୍କ ସମେତ ୧୭ଜଣ ବିଦେଶୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୭ଜଣ ବିଦେଶୀଙ୍କ ମଧ୍ୟରୁ ୧୬ଜଣ ଇଟାଲୀର ହୋଇଥିବା ବେଳେ ଜଣେ କାନାଡ଼ାର ନାଗରିକ ହୋଇଥିବା ଜଣାପଡ଼ିଛି। ଏହାସହିତ ମାନେସର ସେନା କ୍ୟାମ୍ପରେ ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଅଗାମୀ ସୂଚନା ଯାଏଁ ବାଂଲାଦେଶ ପଟୁ ବସ୍ ଓ ଟ୍ରେନ ଚଳାଚଳ ବାତିଲ କରାଯାଇଛି।

Comments are closed.