ହସ୍ପିଟାଲରୁ କରୋନା ସନ୍ଦିଗ୍ଧ ନାବାଳିକା ଫେରାର

ପୁରୀ : ପୁରୀର ଜଣେ ବିଦେଶୀ ନାବାଳିକାଙ୍କୁ କରୋନା ସନ୍ଦେହରେ ଶନିବାର ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରିବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ନାବାଳିକା ଜଣଙ୍କ ଡ଼ାକ୍ତରଖାନାରୁ କେଉଁଆଡ଼େ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଉଲ୍ଲେଖ ଯୋଗ୍ୟ, ପୁରୀରେ ଜଣେ ୟୁରୋପର ଲିଥୁଆନିଆର ନାବାଳିକା ଦୀର୍ଘ ୩ ସପ୍ତାହ ଧରି ଥଣ୍ଡା କାଶରେ ପୀଡିତ ହୋଇଥିଲେ। ଆଜି ପ୍ରଥମେ ତାଙ୍କ ପରିବାର ସହ ଏକ ବେସରକାରୀ ହସ୍ପିଟାଲ ଚିକିତ୍ସିତ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ସେହି ହସ୍ପିଟାଲ ପୁରୀ ବଡ ଡାକ୍ତରଖାନାକୁ ପଠାଯାଇଥିଲା। ପରେ ପୁରୀ ସଦର ଚିକିତ୍ସାଳୟରେ କରୋନା ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଥିଲ।