୨୧ଦିନ ସାରା ଭାରତ ତାଲାବନ୍ଦ : ନବୀନଙ୍କ ସମର୍ଥନ

ଭୁବନେଶ୍ବର : କରୋନା ମହାମାରୀକୁ ପରାସ୍ତ କରିବା ପାଇଁ ଆଜି ମଧ୍ୟରାତ୍ରରୁ ୨୧ ଦିନ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ୍ ଡାଉନ୍ ପାଇଁ ପ୍ରଧାନମନ୍ତ୍ରୀ କରିଥିବା ଘୋଷଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇ ଏହାର ଅନୁପାଳନ କରିବା ପାଇଁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧନ କରୁଥିବା ଭିଡ଼ିଓକୁ ରିଟୁଇଟ୍‌ କରି ନବୀନ ଲେଖିଛନ୍ତି ଯେ ସମଗ୍ର ବିଶ୍ବରେ କରୋନା ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଏଭଳି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଆମେ ସମସ୍ତେ ଗୋଟିଏ ଦେଶ ଭାବେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମର୍ଥନ ଜଣାଇ ନିଜ ଘରେ ରହିବାର ସମୟ ଆସିଛି ବୋଲି ନବୀନ ଜଣାଇଛନ୍ତି।

Comments are closed.