କୋଭିଡ-୧୯ ନିୟମ ଉଲଂଘନ : ୨୪ ଘଣ୍ଟାରେ ୫୮ ମାମଲା, ୭୦ ଗିରଫ

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ ସହ ଅନେକ କଡା ପଦକ୍ଷେକ ନେଇଛନ୍ତି। ମାତ୍ର କିଛି ଅମାନିଆ ସରକାରଙ୍କ ନିୟମର ଉଲଂଘନ କରୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମ ଉଲଂଘନ ଅଭିଯୋଗରେ ସରକାର ୫୮ଟି ମାମଲା ରୁଜୁ କରିଥିବା ବେଳେ ୭୦ ଜଣଙ୍କୁ ଗିରଫ କରିଛନ୍ତି। ସେହିପରି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ୮୧ଟି ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡିଛି।
ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗ୍ଚୀଙ୍କ ସୂଚନା ଅନୁଯାୟୀ ଏପ୍ରିଲ ୨୧ରୁ ୨୨ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟାରେ ୫୮ଟି କୋଭିଡ-୧୯ ନିୟମ ଉଲଂଘନ ହୋଇଛି। ଯେଉଁଥିରେ ୫୫ଟି ଲକଡାଉନ ସଂପର୍କିତ ହୋଇଥିବା ବେଳେ ଗୋଟିଏ ଘରେ ସଂଗରୋଧ ଓ ୩ଟି ଅନ୍ୟାନ୍ୟ ମାମଲା ରହିଛି। ବିଭିନ୍ନ ଅଭିଯୋଗରେ ୭୦ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଗୁଜବ ଅଭିଯୋଗରେ ବର୍ତମାନ ସୁଦ୍ଧା ୮୧ ଜଣ ଗିରଫ ହୋଇଛନ୍ତି।

Comments are closed.