ଲକ୍‌ ଡାଉନ୍‌ ନିୟମ ଉଲ୍ଲଘଂନ – ୪୪୬ ଗାଡି ଜବତ, ୨ ମାମଲା ରୁଜୁ

ଭୁବନେଶ୍ବର : ଲକ୍‌ଡାଉନ୍‌ ଉଲ୍ଲଘଂନକାରୀଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି କମିସନରେଟ ପୁଲିସ। ବିଭିନ୍ନ ଆଳ ଦେଖାଇ ସହରରେ ପଇଁତରା ମାରୁଥିବା ଗାଡି ଚାଳକଙ୍କ ଠାରୁ ଗାଡି ଜବତ କରିଛି ପୁଲିସ। ଲକ୍‌ ଡାଉନ୍‌ରେ କମିସନରେଟ ପୁଲିସ ସହରାଞ୍ଚଳର ବିଭିନ୍ନ ଥାନାରେ ଅଞ୍ଚଳରେ ଯାଞ୍ଚ କରି ୪୪୬ଟି ଗାଡିକୁ ଜବତ କରିଛି। ଏହାସହ ୨ଟି ମାମଲା ରୁଜୁ ହୋଇଛି।

ଏଭଳି କଟକଣାକୁ ଆହୁରି ଜୋରଦାର୍‌ କରାଯିବ ବୋଲି ପୁଲିସ କହିଛି। ସୋମବାର ୨୭୫ଟି ଗାଡି ଜବତ କରିଥିଲା। ଆଜି ମଧ୍ୟ ୧୦୦ରୁ ଊର୍ଦ୍ଧ୍ବ ଗାଡିକୁ ଜବତ କରିଛି। ସେପଟେ ପରିବା କିଣିବାକୁ ଯିବା ଆଳରେ ପୁଣି ବାହାରିଥିବା କିଛି ଗାଡିକୁ ମଧ୍ୟ ଜବତ କରିଛି ପୁଲିସ। ଯେତେ ସଚେତନ ଓ ସତର୍କ କଲା ପରେ ମଧ୍ୟ ଲୋକେ ସୁଧୁରୁନଥିବା ଦେଖାଯାଇଛି।

Comments are closed.