କରୋନା ସତର୍କତା : ସୋମବାର ଠାରୁ +୨ ସହ ସମସ୍ତ ବିଶ୍ବବିଦ୍ୟାଳୟ ପରୀକ୍ଷା ବନ୍ଦ, ମାଟ୍ରିକ ଖାତା ଦେଖା ସ୍ଥଗିତ

+୨, ବିପିୟୁଟି, ଭିସୁଟର ସମସ୍ତ ସେମିଷ୍ଟାର ବନ୍ଦ

ଭୁବନେଶ୍ବର : ମହାମାରୀ କରୋନା ପାଇଁ ସତର୍କତା ମୂଳକ ଭାବେ ରାଜ୍ୟ ସରକାର ରାଜ୍ୟରେ ଜାରି ରହିଥିବା ଯୁକ୍ତ ଦୁଇ ପରୀକ୍ଷାକୁ ସୋମବାରଠାରୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ କୋଭିଡ-୧୯ ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ବାଗଚୀଙ୍କ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ସୋମବାରଠାରୁ ଯୁକ୍ତ ଦୁଇ ପରୀକ୍ଷା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ଏଥି ସହିତ ଆଇସିଏସି ମଧ୍ୟ ଦଶମ ଏବଂ ଦ୍ବାଦଶ ପରୀକ୍ଷାକୁ ବାତିଲ କରିଦେଇଛି। ୟୁଜିସି ପକ୍ଷରୁ ବିପିୟୁଟି ଏବଂ ଭିସୁଟରେ ଚାଲିଥିବା ସେମିଷ୍ଟାର ପରୀକ୍ଷାକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ। ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା ମାଟ୍ରିକ ଖାତା ଦେଖାକୁ ମଧ୍ୟ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଖାତା ଦେଖାକେନ୍ଦ୍ରରେ ସାନିଟାଇଜର ଏବଂ ମାସ୍କ ବ୍ୟବହାର କରି ଖାତା ଦେଖା ଯାଉଥିଲେ ମଧ୍ୟ କରୋନା ଭୂତାଣୁ ବ୍ୟାପିବା ଭୟ ପାଇଁ ରାଜ୍ୟ ସରକାର ଆଜିଠାରୁ ଖାତା ଦେଖା ବନ୍ଦ କରିଦିଆଯାଇଛି।

Comments are closed.