କରୋନା ଅପଡେଟ୍ : ସାରା ଦେଶରେ ୫୩୬ ସଂକ୍ରମିତ, ୧୧ ମୃତ, ସମଗ୍ର ଦେଶ ଲକଡ଼ାଉନ୍

ନୂଆଦିଲ୍ଲୀ : ସାରା ବିଶ୍ବରେ ମହାମାରୀର ରୂପ ନେଇଥିବା କରୋନା ଭାଇରସର ମୁକାବିଲା କରିବା ପାଇଁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ବ୍ଲକ ଡ଼ାଉନ(ତାଲା ବନ୍ଦ) ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ଆଜିଠାରୁ ସୁପ୍ରିମକୋର୍ଟ ମଧ୍ୟ ତାଲିକାଭୁକ୍ତ ମାମଲାର ଶୁଣାଣି କରିବେ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୫୩୬ ରହିଛି। ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। ଏଥିସହ କେନ୍ଦ୍ର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକ ପଡ଼ିଲେ କର୍ଫ୍ୟୁ ଲାଗୁ କରିବାକୁ କହିଛି।