ଥଣ୍ଡା ଖାଦ୍ୟ ପୁଡ଼ିଆରେ କରୋନା ଭୂତାଣୁ

ବେଜିଂ: ଶୀତଳୀକୃତ ଖାଦ୍ୟ ପୁଡିଆରୁ ଜୀବନ୍ତ କରୋନା ଭୂତାଣୁକୁ ଠାବ କରାଯାଇଛି। ଚୀନର କ୍ବିଙ୍ଗଡାଓ ସହରରୁ ଆମଦାନୀ ହୋଇଥିବା ଶୀତଳୀକୃତ ସାମୁଦ୍ରିକ ମାଛ ପୁଡିଆରେ କରୋନା ଭୂତାଣୁ ଜୀବନ୍ତ ଅବସ୍ଥାରେ ରହିଥିବା ଚୀନ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଚୀନର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ (ସିଡିସି)ର କହିବା ଅନୁଯାୟୀ କ୍ବିଙ୍ଗଡାଓରେ କରୋନାର ନୂଆ କ୍ଲଷ୍ଟର ଦେଖାଯାଇଥିବାବେଳେ ଏଠାରୁ ଆମଦାନୀ ଖାଦ୍ୟ ପୁଡିଆକୁ ଯାଞ୍ଚ କରାଯିବା ପରେ ଏଥିରେ ଭୂତାଣୁ ଥିବା ଦେଖାଯାଇଥିଲା।

Comments are closed.