କରୋନା ପାଇଁ ବନ୍ଦ ହେଲା ଏହି ଧାରାବାହିକର ଶୁଟିଂ

ମୁମ୍ବଇ : ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଟିଭି ଧାରାବାହିକ ଏବଂ ଅନେକ “ଶୋ”ର କାମ ମଧ୍ୟ କୋରାନା ପାଇଁ ବନ୍ଦ ରଖାଯାଇଛି। ୧୯ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କୌଣସି ପ୍ରକାରର ଶୁଟିଂ ଉପରେ ନିଷେଧାଦେଶ ଜାରୀ କରାଯାଇଛି। ଏପରି ପରିସ୍ଥିତିରେ, ବ୍ୟାକଅପ୍ ଏପିସୋଡର ଅଭାବ ହେତୁ ଦର୍ଶକଙ୍କୁ କିଛି ଶୋ’ର ପୁନରାବୃତ୍ତି ଦେଖିବାକୁ ପଡିପାରେ।
ତେବେ ଆସନ୍ତୁ ଜାଣିବା କରୋନା ପାଇଁ କେଉଁ ସବୁ ସିରିଏଲ ଏବଂ “ଶୋ”ର ଶୁଟିଂକୁ ବନ୍ଦ କରାଯାଇଛି……..

pic courtesy-amarujala

କରୋନା ପାଇଁ ଜଣାଶୁଣା ହାସ୍ୟ ରସାତ୍ମକ ଧାରାବାହିକ “ତାରକ ମେହଟ୍ଟା କା ଉଲଟା ଚଷମା”ର ଶୁଟିଂ ବନ୍ଦ କରାଯାଇଛି। “ତାରକ ମେହେଟ୍ଟା”ର ନିର୍ମାତା ଅସିତ ମୋଦୀ କରୋନା ପାଇଁ ଶୁଟିଂ ବନ୍ଦ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ବିଏମସି ଏଥିରେ ପ୍ରତିବନ୍ଧକ ଲଗାଇଛି। ମାର୍ଚ୍ଚ ୧୭ରୁ, ବିଏମସି “ତାରକ ମେହେଟ୍ଟା”ର ଶୁଟିଂ ବନ୍ଦ କରିବାକୁ କହିଛି।

pic courtesy-india today

ବିଏମସି କପିଲ ଶର୍ମା ସୋ’ର ଶୁଟିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ଫିଲ୍ମ ସିଟିରେ ଯେକୌଣସି ଶୁଟିଂ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ବିଏମସି କହିଛି। ବୁଧବାର କପିଲଙ୍କ ଶୋ’ର ଶୁଟିଂ ଥିଲା। କିନ୍ତୁ ଏହି ନିଷେଧାଦେଶ ପରେ କାଷ୍ଟ ଏବଂ କ୍ରୁ ମେମ୍ବରଙ୍କୁ ଘରକୁ ଫେରିବାକୁ ପଡିଛି।

pic courtesy-times of india

ସେହିପରି ସ୍ବୟମ୍ବର ଶୋ “ମୁଝସେ ଶାଦି କରୋଗେ”ର ଶୁଟିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଶୋର ପୂର୍ଣ୍ଣବାର ଶୁଟିଂକୁ ନେଇ ମଧ୍ୟ ସସପେନ୍ସ ରହିଛି।

pic courtesy-hindustan

ଦର୍ଶକଙ୍କ ପ୍ରିୟ ଶୋ “ୟେ ରିସ୍ତା କ୍ୟା କେହଲତା ହୈ”ର ଶୁଟିଂ ମଧ୍ୟ ବନ୍ଦ ହୋଇଯାଇଛି। ନିର୍ମାତା ରାଜନ ଶାହି କହିଛନ୍ତି ଯେ, ସେମାନଙ୍କ ପାଇଁ କ୍ରୁ-କାଷ୍ଟଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ। ତେଣୁ ସିରିଏଲର ଶୁଟିଂ ବନ୍ଦ ରଖାଯାଇଛି।
ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମର ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଛି। କରୋନା ହେତୁ ଏକତା କପୁର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବ୍ୟାନରରେ ଅନେକ ବଡ ଶୋ ପ୍ରଡକ୍ଟ ରହିଛି। 

pic courtesy-mumbai mirror

ଅଭିନେତ୍ରୀ ରୁପାଲି ଗାଙ୍ଗୁଲିଙ୍କ ଶୋ “ଅନୁପମା”ର ପ୍ରିମିୟର କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଏହା ରାଜନ ଶାହିଙ୍କ ପ୍ରଯୋଜନାରେ ପ୍ରସ୍ତୁତ କରାଯାଇଛି। ଶୋ’ର ସ୍ବଳ୍ପ ଏପିସୋଡ୍ ସୁଟ୍ କରାଯାଇଥିଲା।

Comments are closed.